Wednesday, October 14, 2026
Home ଅପରାଧ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

23

ଭୁବନେଶ୍ୱର,୩୧/୦୫/୨୧ (ଜିଲ୍ଲା ଖବର) : ଲକଡାଉନ୍ ଓ ସଟଡାଉନ ଭିତରେ ରାଜଧାନୀରେ ବଢୁଛି ଲୁଟପାଟ୍ । ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ । ଭୁବନେଶ୍ୱରର ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ ।

ସୂଚନାନୁସାରେ, ସକାଳୁ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଏକ ଦୁର୍ବୃତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ଉସ୍ତି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକଡାଉନ ଏବଂ ସଡଡ଼ାଉନ କରାଯାଉଛି। ଯାହା ଫଳରେ ଅନେକ ଲୋକ ଜୀବିକା ହରାଇ ଘରେ ବସିରହୁଛନ୍ତି। ଆଉ ଏହାର ସୁଯୋଗ ନେଇ କିଛି ଲୋକ ଲୁଟପାଟ କରୁଥିବା ଦେଖିବାକୁ ମିଳିଛି।