
ନୂଆଦିଲ୍ଲୀ , ୩୧/୦୫/୨୧ (ଜିଲ୍ଲା ଖବର) : ମହାମାରୀ କରୋନା । ଏବେ ଏହି ନାଁ ଶୁଣିଲା ମାତ୍ରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଉଛି । କାହିଁକି ନାଁ ,ଅନେକ କିଛି ଛାରଖାର କରି ପକାଇଲାଣି କରୋନା । କେତେ ଲୋକଙ୍କ ଘର ସଂସାର ଓଜାଡି ଦେଲାଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଯାଏଁ , ସମସ୍ତଙ୍କ ରୋଜଗାରର ପନ୍ଥା ଏବେ ଠପ୍ ହୋଇ ଯାଇଛି । ଯାହା ଦ୍ବାରା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଅନେକ ଲୋକ । ଏଥିରୁ ବାଦ୍ ପଡି ନାହାଁନ୍ତି ସେଲିବ୍ରେଟି । କରୋନା କାଳରେ ସୁଟିଂ ବନ୍ଦ ରହିବା ହେତୁ , ଅନେକ ସେଲିବ୍ରେଟି କିଏ ଫଳ , କିଏ ପରିବା ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଠିକ୍ ସେମିତି ନିକଟରେ ଜଣେ ସେଲିବ୍ରେଟି ଏମିତି କିଛି କାମ କରି ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି ।
ଆଜ୍ଞା ହଁ, ସେ ହେଉଛନ୍ତି ଟିଭି ଧାରାବାହିକ, ‘ଭାବିଜି ଘର ପର୍ ହେ ‘ରେ ଅଙ୍ଗୁରୀ ଭାବି ଭୂମିକା ମାଧ୍ୟମରେ ଜବରଦସ୍ତ ପପୁଲାରିଟି ହାସଲ କରିଥିବା ଅଭିନେତ୍ରୀ ଶିଳ୍ପା ସିନ୍ଦେ । ଏବେ ତାଙ୍କର ଏକ ଭିଡିଓକୁ ନେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏହି ଲକଡାଉନରେ କନଷ୍ଟ୍ରକସନ ଫିଲ୍ଡରେ କାମ କରୁଥିବା ନଜର ଆସୁଛନ୍ତି ।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଶିଳ୍ପା ସିନ୍ଦେ ଡ୍ରିଲିଂ ମେସିନ୍ ଧରି କନଷ୍ଟ୍ରକସନ ସାଇଟରେ କାମ କରୁଛନ୍ତି । ସେ ପଥର ଏବଂ କାନ୍ଥ କାଟୁଥିବାର ନଜର ଆସୁଛନ୍ତି ।
ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ ଲକଡାଉନ ହୋଇଯିବାରୁ ମୁଁ କନଷ୍ଟ୍ରକସନ ସାଇଟ ବୁଲି ଗଲି । ବର୍ତ୍ତମାନ ଯାହା ପାଖରେ କାମ ନାହିଁ, ସେମାନେ ନିଜର ଫିଲ୍ଡ ପରିବର୍ତ୍ତନ କରି ପାରିବେ । ସବୁକିଛି ସମୟ ସହିତ ଠିକ୍ ହୋଇଯିବ । ସବୁବେଳେ ପଜିଟିଭ୍ ରୁହନ୍ତୁ ‘ ।




