Sunday, November 15, 2026
Home ଆଞ୍ଚଳିକ ବୁର୍ଲା ମେଡିକାଲରେ ଭର୍ତ୍ତି ହେଲେ ଆଉ ୩ ବ୍ଲାକ ଫଙ୍ଗସ୍ ରୋଗୀ

ବୁର୍ଲା ମେଡିକାଲରେ ଭର୍ତ୍ତି ହେଲେ ଆଉ ୩ ବ୍ଲାକ ଫଙ୍ଗସ୍ ରୋଗୀ

15

ସମ୍ୱଲପୁର,୩୧/୦୫/୨୧ (ଜିଲ୍ଲା ଖବର) : କରୋନା ପରେ ଏବେ ପଶ୍ଚିମ ଓଡ଼ିଶାକୁ ବ୍ଲାକ୍ ଫଙ୍ଗସ୍ ଚିନ୍ତା । ବୁର୍ଲା ମେଡିକାଲରେ ଭର୍ତ୍ତି ହେଲେ ଆଉ ୩ ବ୍ଲାକ ଫଙ୍ଗସ୍ ରୋଗୀ । ପ୍ରଥମରୁ ବରପାଲିର ଜଣେ ରୋଗି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏବେ ପୁଣି ୩ ରୋଗୀଙ୍କୁ ଇଏନ୍‌ଟି ବିଭାଗରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ସେପଟେ ବ୍ଲାକ ଫଙ୍ଗସ ପାଇଁ ଜରୁରୀ ଇଂଜେକ୍ସନ ଅମ୍ଫୋଟେରିସିନ୍‌-ବି ବଜାରରେ ମିଳୁନଥିବା ଜଣାପଡିଛି । ଏହାକୁ ନେଇ କିପରି ରୋଗୀଙ୍କ ଚିକିତ୍ସା ହେବ ତାକୁ ନେଇ ଚିନ୍ତା ବଢିଛି। ଅନ୍ୟପଟେ ଏବେ ୩ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଉ ୩ ଜଣଙ୍କୁ ସନ୍ଦେହରେ ରଖାଯାଇଥିବା କହିଛନ୍ତି ଭୀମସାର ଅଧିକ୍ଷକ ପ୍ରଫେସର ଲାଲମୋହନ ।