
ନୂଆଦିଲ୍ଲୀ,୩୧/୦୫/୨୧ (ଜିଲ୍ଲା ଖବର) : କରୋନା ଭାଇରସ୍ କୌଣସି ପ୍ରାକୃତିକ ବିପଦ ନୁହଁ । ଉହାନ ଲ୍ୟାବ୍ରେ ହିଁ ବିକଶିତ ହୋଇଛି କରୋନା ଭୂତାଣୁ। ନୂଆ ଗବେଷଣା ରିପୋର୍ଟରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ‘ଡେଲି ମେଲ୍’ରେ ପ୍ରକାଶ ପାଇଲା ରିପୋର୍ଟ। ରହସ୍ୟ ପର୍ଦ୍ଦାଫାଶ କରିବାରେ ବୈଜ୍ଞାନିକ ସକ୍ଷମ ହୋଇଥିବା ଜଣାପଡ଼ିଛି
ଏହା ଚୀନର ଉହାନ ଲ୍ୟାବରେ ବୈଜ୍ଞାନିକଙ୍କ ଦ୍ୱାରା ସୃଷ୍ଟି ହୋଇଛି । ସେହିଠାରେ ହିଁ ବିକଶିତ ହୋଇ ସାରା ବିଶ୍ବରେ ଆତଙ୍କ ଚଳାଇଛି ବୋଲି ନୂଆ ଗବେଷଣା ରିପୋର୍ଟରେ ଦାବି କରାଯାଇଛି । ଡେଲି ମେଲିରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟାପକ ଗବେଷଣା ପରେ ଉହାନ୍ ଲ୍ୟାବର ଏହି ରହସ୍ୟରୁ ପର୍ଦ୍ଦାଫାଶ କରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି ।
ଚୀନ୍ ବୈଜ୍ଞାନିକମାନେ ଉହାନ ଲ୍ୟାବ୍ରେ ଅତି ବିପଜ୍ଜନକ ଭାଇରସ୍ ତିଆରି କରିଥିଲେ । ଏହି ଘାତକ ଏସ୍ଏଆର୍ଏସ୍-ସିଓଭି-୨ଭାଇରସ୍କୁ ରିଭର୍ସ-ଇଂଜିନିୟରିଂ ଭର୍ସନରେ ଲୁଚାଇବାକୁ ପ୍ରୟାସ କରିଥିଲେ। ଚୀନ୍ ବୈଜ୍ଞାନିକମାନେ ବହୁତ ବଡ଼ ଷଡ଼ଯନ୍ତ୍ର କରି ଏହାକୁ ପ୍ରାକୃତିକ ଭାବେ ବିକଶିତ ହୋଇଥିବା ଭାଇରସ୍ ଆଖ୍ୟା ଦେଇଥିଲେ । ଏହା କୌଣସି ପ୍ରାଣୀଠାରୁ ଆସିଥିବା କହିଥିଲେ। ସେହି ଅନୁସାରେ ବିଶ୍ବବ୍ୟାପୀ ପ୍ରଚାର କରାଯାଇଥିଲା ଏବଂ ଭାଇରସ୍ ନିୟନ୍ତ୍ରଣ ଦିଗରେ ଚୀନ୍ କୌଣସି ପଦକ୍ଷେପ ନେଇନଥିଲା।
ଏଚ୍ଆଇଭି ଟିକା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ବ୍ରିଟିଶ୍ ପ୍ରଫେସର ଏଙ୍ଗ୍ସ ଡଲ୍ଗ୍ଲିସ୍ ଏବଂ ନରୱେର ପ୍ରଖ୍ୟାତ ମହାମାରୀ ବିଶେଷଜ୍ଞ ବୈଜ୍ଞାନିକ ଡ. ବିର୍ଗର ସୋସେନ୍ସେନ ମିଳିତ ଭାବେ ଗବେଷଣା କରି ଚୀନ୍ ବୈଜ୍ଞାନିକଙ୍କ କଳା କାରନାମାକୁ ପଦାକୁ ଆଣିଛନ୍ତି।


