
ନୂଆଦିଲ୍ଲୀ,୩୧/୦୫/୨୧ (ଜିଲ୍ଲା ଖବର) : ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ତତ୍ପର ହୋଇ ଉଠିଛି ନାର୍କାଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା ଏନସିବି । ଆଉ ଏବେ ଖବର ଅନୁଯାୟୀ, ଏନସିବି ଏବେ ଆଉ ଦୁଇ ଜଣଙ୍କୁ ପଚରାଉଚୁରା ପାଇଁ ଡାକିଛି । ଏନସିବି ସୁଶାନ୍ତ ସିଂହ ରାଜପୁତଙ୍କ ଘରୋଇ ସହାୟତା ନିରଜ ଏବଂ କେଶବଙ୍କୁ ପଚରାଉଚୁରା ପାଇଁ ଡକାଇଛନ୍ତି ।
ନିରଜ ଏବଂ କେଶବକୁ ପଚରାଉଚୁରା ପରେ ଏହି କେସର ବଡ ଖୁଲାସା ହୋଇପାରେ । ଦୁହେଁ ଦୀର୍ଘ ଦିନ ଧରି ପ୍ରଥମେ ମୁମ୍ବାଇ ଛାଡି ଚାଲି ଯାଇଥିଲେ । କିନ୍ତୁ ପୁଣି ମୁମ୍ବାଇ ଫେରି ଦୁହେଁ ଅଲଗା ଅଲଗା ସେଲିବ୍ରେଟିଙ୍କ ଘରେ କାମ କରୁଥିବା ସୂଚନା ମିଳିଛି ।



