Home ଆଞ୍ଚଳିକ ଦ୍ୱାଦଶ ପରୀକ୍ଷା ନେଇ ଆଜି ଶୁଣାଣୀ, ଦିନ ୧୧ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଦ୍ୱାଦଶ ପରୀକ୍ଷା ନେଇ ଆଜି ଶୁଣାଣୀ, ଦିନ ୧୧ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

5

୩୧/୦୫/୨୧ (ଜିଲ୍ଲା ଖବର) : ବାତିଲ ହେବ କି ସିବିଏସ୍ଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ? ଆଜି ଦିନ ୧୧ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ପରୀକ୍ଷା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । FICCI କେନ୍ଦ୍ରକୁ ପରୀକ୍ଷା ରଦ୍ଦ କରିବା ପାଇଁ ଦାବି କରିଛି । କରୋନା ମହାମାରୀ ଭିତରେ ପରୀକ୍ଷା ରଦ୍ଦ କରିବା ପାଇଁ ଦାବି ହୋଇଛି ।

କରୋନା ଯୋଗୁ କେନ୍ଦ୍ର ସରକାର ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିଛନ୍ତି । ପରୀକ୍ଷା ନେଇ ଆସନ୍ତାକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କୌଣସି ନିଷ୍ପତ୍ତି ଶୁଣାଇଥାନ୍ତେ । ଏହା ପୂର୍ବରୁ ଆଜି ସୁପ୍ରିକୋର୍ଟରେ ଶୁଣାଣି ହେଉଛି । ମେ’ ୨୮ ତାରିଖରେ ଏହି ମାମଲାର ଶୁଣାଣି କରି ଆଜି ପାଇଁ ଘୁଂଚାଇ ଦେଇଥିଲେ କୋର୍ଟ । ସିବିଏସଇ ଓ ଆଇସିଏସଇ ବୋର୍ଡ ସହ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦେଇଥିଲେ ।