Sunday, November 15, 2026
Home ଆଞ୍ଚଳିକ ଆଞ୍ଜିଓପ୍ଲାଷ୍ଟି ପରେ ଅନୁରାଗ କଶ୍ୟପଙ୍କ ନୂଆ ଲୁକ୍

ଆଞ୍ଜିଓପ୍ଲାଷ୍ଟି ପରେ ଅନୁରାଗ କଶ୍ୟପଙ୍କ ନୂଆ ଲୁକ୍

11

ନୂଆଦିଲ୍ଲୀ, ୩୧/୦୫/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ବିଶେଷ ଭଲ ନାହିଁ । କିଛି ଦିନ ପୂର୍ବରୁ ସେ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ସେଠାରେ ଯାଂଚ କରିବା ପରେ, ଜଣାପଡିଥିଲା ଯେ ତାଙ୍କ  ଛାତିରେ କିଛି ବ୍ଲକେଜ୍ ଅଛି । ଏହାପରେ ଡାକ୍ତରଙ୍କ ପରାମର୍ଶ ପରେ, ଆଞ୍ଜିଓପ୍ଲାଷ୍ଟି  କରାଯାଇଥିଲା । ଏହି ସର୍ଜରୀ ପରେ ଅନୁରାଗ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ଡାକ୍ତର ତାଙ୍କୁ କିଛି ଦିନ ଆରାମ କରିବାକୁ  କହିଛନ୍ତି  । ତେବେ ସର୍ଜରୀ ପରେ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି ।

ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପ ତାଙ୍କ ପିତାଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ଅନୁରାଗ ଏକଦମ୍ ଅଲଗା ଲୁକରେ ନଜର ଆସୁଛନ୍ତି । ସେ ଲଣ୍ଡା ମୁଣ୍ଡରେ ନଜର ଆସୁଛନ୍ତି । ଏହା ସହିତ ସେ ଏକ ବ୍ଲୁ ଟି-ସର୍ଟ ଏବଂ ବେକରେ ମାସ୍କ ଲଟକାଇଥିବା ଦେଖିବାକୁ ମିଳୁଛି । ଏହା ସହିତ ତାଙ୍କ ମୁହଁର ହସ, ତାଙ୍କର ଏହି ଫଟୋକୁ ଆହୁରି ସୁନ୍ଦର କରୁଛି ।

ସୂଚନାଯୋଗ୍ୟ : ଅନୁରାଗ କଶ୍ୟପଙ୍କୁ ଆଞ୍ଜିଓପ୍ଲାଷ୍ଟି ହୋଇଯାଇଥିଲା । ହେଲେ ଏବେ ସେ ଠିକ୍ ଅଛନ୍ତି । ତାଙ୍କ ଫ୍ୟାନ୍ସମାନେ ମଧ୍ୟ  ସେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ନେଇ କାମନା କରୁଛନ୍ତି । ତାଙ୍କର ଏହି ଲୁକକୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି  ଫ୍ୟାନ୍ସ ।