ତାମିଲ ଫିଲ୍ମରେ ସ୍ଥାନ ପାଇଛି କଳାହାଣ୍ଡିର ଦାନ ମାଝୀ କାହାଣୀ

7

କଳାହାଣ୍ଡି,୩୧/୦୫/୨୧ (ଜିଲ୍ଲା ଖବର) : ଦାନ ମାଝୀ ନାଁ ସମସ୍ତେ ଜାଣିଥିବେ। ଏ ନାଁ ଶୁଣିଲେ ରାଜ୍ୟରେ ସରକାରଙ୍କ ପାରିବା ପଣିଆ ନଜରକୁ ଆସେ। ଯେଉଁଭଳି ଭାବରେ ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେଇଯାଉଥିବା ଘଟଣା ସାମ୍ନାକୁ ଆସିଥିଲା ତାକୁ ନେଇ ବର୍ତ୍ତମାନ ଏବେ ଚଳଚ୍ଚିତ୍ରରେ ଦାନ ମାଝୀ କାହାଣୀ । ତାମିଲ ଫିଲ୍ମରେ ସ୍ଥାନ ପାଇଛି କଳାହାଣ୍ଡିର ଦାନ ମାଝୀ ନିଜ ପତ୍ନୀଙ୍କ ଶବ ବୋହିବା ଘଟଣା । ଯେଉଁଥିରେ କି ଡାକ୍ତରଖାନାରେ ଲୋକଙ୍କୁ ଯେଉଁ ସବୁ ସୁବିଧା ମିଳିବା କଥା ତାହା କିଭଳି ଭାବରେ ମିଳିପାରୁନାହିଁ ଓ ବେସରକାରୀ ଘରୋଇ ହସ୍ପିଟାଲ କିଭଳି ଭାବେ ରୋଗୀଠାରୁ ମୋଟା ଅଙ୍କର ଟଙ୍କା ନେଇ ଲୋକଙ୍କୁ ଠକୁଛନ୍ତି । ସେହି ଉପରେ ଆଧାରିତ ଏକ ତାମିଲ ଚଳଚ୍ଚିତ୍ରରେ ଦାନ ମାଝୀ କିଭଳି ଭାବରେ ସରକାରୀ ଆମ୍ବୁଲାନ୍ସ ନମିଳିବାରୁ ନିଜର ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେଇଥିଲେ ତାହା ଦର୍ଶାଯାଇଛି ।

୨୪ ଅଗଷ୍ଟ ୨୦୧୬ରେ ଆମ୍ବୁଲାନ୍ସ ନମିଳିବାରୁ ନିଜ ସ୍ତ୍ରୀର ମୃତଦେହ କାନ୍ଧେଇ ଦାନ ମାଝୀ ଦୀର୍ଘ ୧୪ କିଲୋମିଟର ବୋହି ନେବା ଘଟଣା ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା । ଶବ ବୁହା ଘଟଣା ପରେ ଦାନ, ସରକାରୀ ଓ ଅନେକ ବେସରକାରୀ ଅନୁଦାନ ପାଇଛନ୍ତି । ନିଜର ୩ ଝିଅ ଏବେ ଭୁବନେଶ୍ବର କିସରେ ରହି ଉନ୍ନତ ମାନର ଶିକ୍ଷା ଲାଭ କରୁଛନ୍ତି । ତେବେ ସେହି ଶବ ବୁହା ଘଟଣା ଏବେ ସିନେମା ପରଦାରେ ଦେଖିବାକୁ ମିଳୁଛି ।