
ବ୍ରହ୍ମପୁର,୩୧/୦୫/୨୧ (ଜିଲ୍ଲା ଖବର) : ପାଇଖାନା ଭିତରୁ ବାହାରିଲା ଅକ୍ସିଜେନ ଟାଙ୍କି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ଆଜି ବ୍ରହ୍ମପୁରର ନୂଆ ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ସର୍ଜିକାଲ ଦୋକାନରେ ପୋଲିସ ଏବଂ ଡ୍ରଗସ୍ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ସର୍ଜିକାଲ ଦୋକାନର ବ୍ୟବସାୟୀ ଅଜୟ ପାତ୍ର ଫୋନରେ ଗ୍ରାହକଙ୍କୁ ଅକ୍ସିଜେନ ସିଲିଣ୍ଡର ପିଛା 30 ରୁ 35 ହଜାର କହିବାରୁ ଏହି ଚଢାଉ କରାଯାଇଥିଲା । ତେବେ ବ୍ୟାବସାୟୀ କିଣିଥିବା ଅକ୍ସିଜେନ ସିଲିଣ୍ଡରକୁ ନିଜ ଛାତ ଉପରେ ଥିବା ଲାଟିନ ଭିତରେ ଲୁଚାଇ ରଖିଥିଲେ ।
ଚଢ଼ାଉ ବେଳେ କୌଣସି ତ୍ରୁଟି ବାହାରି ନଥିଲେ ମଧ୍ୟ ବର୍ତ୍ତମାନ ଅଜୟଙ୍କ ନିକଟରେ 10ଟି ଅକ୍ସିଜେନ ସିଲିଣ୍ଡର ଥିବା କୁହାଯାଇଥିଲା । କିନ୍ତୁ ସେ କେତେକ ଟଙ୍କାରେ ବିକ୍ରି କରନ୍ତି ତହାର ପ୍ରମାଣ ମିଳିପାରିନି । ବର୍ତ୍ତମାନ ଅକ୍ସିଜେନ ବିକ୍ରି ପାଇଁ ଅଜୟକୁ ବାରଣ କରିଛି ଡ୍ରଗସ୍ କଣ୍ଟ୍ରୋଲ ବିଭାଗ । ଅଜୟ କିଣିଥିବା କିଛି ଅକ୍ସିଜେନ ସିଲିଣ୍ଡରକୁ ନିଜ ଛାତ ଉପରେ ଥିବା ଲାଟିନ ଭିତରେ ଲୁଚାଇ ରଖିଥିଲେ । ଚଢ଼ାଉ କରିଥିବା ଟିମ ସେହି ସିଲିଣ୍ଡରକୁ ବାହାର କରିଛି । ଅନ୍ୟପଟେ କେବଳ ଗ୍ରାହକଙ୍କୁ ଫୋନରେ ଏମିତି କହିବା ଭୁଲ ହୋଇଛି । ମୁଁ ସେମିତି ଚଢ଼ା ଦରରେ ବିକ୍ରି କରିନାହିଁ ବୋଲି କହିଛନ୍ତି ସର୍ଜିକାଲ ଦୋକାନ ବ୍ୟବସାୟୀ ଅଜୟ ପାତ୍ର ।


