Monday, November 16, 2026
Home ଆଞ୍ଚଳିକ ୨ ସପ୍ତାହ ଭିତରେ ପଜିଟିଭ ହାର କମିବ

୨ ସପ୍ତାହ ଭିତରେ ପଜିଟିଭ ହାର କମିବ

11

ଭୁବନେଶ୍ୱର,୩୧/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ପଜିଟିଭ ହାର କମୁଛି ବୋଲି କହିଛନ୍ତି ACS ପ୍ରଦୀପ୍ତ ମହାପାତ୍ର। ପ୍ରଥମ ପିକ୍‌ ତୁଳନାରେ ୨ୟ ପିକ୍ ୪ଗୁଣ ଅଧିକ ରହିଥିଲେ ବି ରାଜ୍ୟ ସରକାର ଏହାକୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି। ୨ ସପ୍ତାହ ଭିତରେ ପଜିଟିଭ ହାର କମିବ ବୋଲି ସେ କହିଛନ୍ତି।

ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ସଂକ୍ରମଣ କମୁଥିବାରୁ ଏହା ସୀମାନ୍ତରେ ଥିବା ଜିଲ୍ଲାଗୁଡିକରେ ସଂକ୍ରମଣ ହାର କମିବାରେ ଲାଗିଛି।  ସଂକ୍ରମଣ କମି ଆଜି ସୁଦ୍ଧା ୧୪ପ୍ରତିଶତରେ ରହିଛି।  କିନ୍ତୁ ଆନ୍ଧ୍ର ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି। ଏଣୁ ଏହାକୁ ଲାଗିଥିବା ଆମ ରାଜ୍ୟର ଜିଲ୍ଲାଗୁଡିକ ପ୍ରଭାବିତ ହେଉଛନ୍ତି।

୧୯ଟି ଜିଲ୍ଲାରେ ପଜିଟିଭ ହାର କମିଥିବା ବେଳେ ୫ ଜିଲ୍ଲାରେ ଏହା ୫ ପ୍ରତିଶତ ତଳେ ରହିଛି।

ମେ ୨୨ରେ ସର୍ବାଧିକ ୧୨, ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ବାତ୍ୟା ଆସିଲା ଆଉ ଟେଷ୍ଟିଂ କମିଲା। କିନ୍ତୁ ଅବସ୍ଥା ସ୍ବାଭାବିକ ହେବା ପରେ ପୁଣି ଟେଷ୍ଟି ଆରମ୍ଭ ହେଲା ଏବଂ ବର୍ତ୍ତମାନ ସଂକ୍ରମଣ ହାର କମିଥିବା ଜଣାପଡିଛି। 

ଅକ୍ସିଜେନ ଯୋଗାଣରେ ଓଡିଶାର ସହଭାଗିତାକୁ ସାରା ଦେଶ ନିଶ୍ଚିତ ମନେ ରଖିବ।