
ଭୁବନେଶ୍ୱର, ୩୧/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ପୁଣି ବଢିଲା ଲକଡାଉନ । ଜୁନ 17 ଯାଏ ବଢିଲା ଲକଡାଉନ । ଜୁନ 1 ରେ ଶେଷ ହୋଇଥାନ୍ତା ଲକଡାଉନ । ପରିସ୍ଥିତିକୁ ଦେଖି ଜୁନ 17 ସକାଳ 5 ଟା ଲକଡାଉନ ବଢାଇଛନ୍ତି ରାଜ୍ୟ ସରକାର । ୧୬ଦିନ ଲକଡାଉନ ବଢିଲା ବୋଲି ଘୋଷଣା କଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।
ମେ ୫ରୁ ଲକଡାଉନ ଘୋଷଣା ହୋଇଥିଲା। ୨୫ ଦିନ ତଳେ ଅବସ୍ଥା ସାଙ୍ଘାତିକ ଥିଲା। ଯାହା ବର୍ତ୍ତମାନ କମିଛି। ଏଣୁ ଏଥିରୁ ମୁକ୍ତି ପାଇଁ ଲକଡାଉନ ଘୋଷଣା କରାଯାଇଛି। ଉପକୂଳ ଓଡିଶାରେ ଏବେ ବି କରୋନାର ସଂକ୍ରମଣ ହାର ୨୦ ପ୍ରତିଶତର ଅଧିକ ରହୁଛି। ତେଣୁ ଲକଡାଉନ ଅପରିହାର୍ଯ୍ୟ ଥିଲା।
ଏ ଲକଡାଉନ କେମିତି ?
୧୭ ଜୁନ ସକାଳ ୫ଟା ଯାଏଁ ବଢିଲା ଲକଡାଉନ୍। ଏହା ଭିତରେ ଶନିବାର ଓ ରବିାର ସପ୍ତାହନ୍ତ ସଟଡାଉନ୍ ଜାରି ରହିବ। ପୂର୍ବଭଳି ଯେମିତି ପ୍ରତିବନ୍ଧକ ରହିଥିବା ତାହା ରହିବ। ବାହାଘର, ବ୍ରତଘର, ସୁଧଘର ଭୋଜି ବନ୍ଦ।
ପୂର୍ବ ଲକଡାଉନରେ ଏ ସବୁ ସାମାଜିକ ଉତ୍ସବରେ ଯେତିକି ଲୋକ ଯୋଗ ଦେବାକୁ ବ୍ୟବସ୍ଥା ଥିଲା ଏବେ ମଧ୍ୟ ସେତିକି ଲୋକ ଯୋଗ ଦେଇପାରିବେ।
ରାଜ୍ୟର ୩ଟି ଜିଲ୍ଲା ବ୍ୟାତିତ ସମସ୍ତ ଜିଲ୍ଲାରେ ସକାଳ ୭ରୁ ଦିନ ୧୧ ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନରେ କିଣାବିକା ହେବ । ନୂଆପଡା, ଗଜପତି ଓ ସୁନ୍ଦରଗଡରେ ଲକଡାଉନ କୋହଳ ରହିଛି। ଏଠାରେ ସକାଳ ୭ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲିବ। ସଂକ୍ରମଣ ହାର ବଢିଲେ ଏଠି ବି ଲଡାଉନ କଡାକଡି ହୋଇପାରେ।


