Saturday, November 14, 2026
Home ଆଞ୍ଚଳିକ ବଢୁଛି ସୁସ୍ଥତା ହାର, ରାଜ୍ୟରେ ଆଜି ମୋଟ 11 ହଜାର 881 ଆକ୍ରାନ୍ତ ହେଲେ...

ବଢୁଛି ସୁସ୍ଥତା ହାର, ରାଜ୍ୟରେ ଆଜି ମୋଟ 11 ହଜାର 881 ଆକ୍ରାନ୍ତ ହେଲେ ସୁସ୍ଥ

9

ଭୁବନେଶ୍ୱର,୩୧/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି 11 ହଜାର 881 ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୦ ଜଣ ସୁସ୍ଥ ହୋଇ ଥିବାବେଳେ, ଅନୁଗୁଳରୁ ୧୧୫୪ ଓ କଟକରୁ ୧୦୬୬ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୧୩ , ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ବରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡ଼ରୁ ୩୦୦, ବଲାଙ୍ଗିରରୁ ୨୯୭, ସମ୍ବଲପୁରରୁ ୨୯୨, କେନ୍ଦ୍ରାପଡ଼ାରୁ ୨୮୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟ୍ ପୁଲରୁ ୩୨୪ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୭୦ ହଜାର ୫୨୭ ଜଣ ଆକ୍ରାନ୍ତ ।