Monday, November 16, 2026
Home ଆଞ୍ଚଳିକ ତେଲେଙ୍ଗାନାରେ ଆଉ 10 ଦିନ ବଢିଲା ଲକଡାଉନ ଅବଧି

ତେଲେଙ୍ଗାନାରେ ଆଉ 10 ଦିନ ବଢିଲା ଲକଡାଉନ ଅବଧି

9

୩୧/୦୫/୨୧ (ଜିଲ୍ଲା ଖବର) :  ସଂକ୍ରମଣ ଚେନକୁ ଭାଙ୍ଗିବାକୁ ସମସ୍ତ ରାଜ୍ୟ କଟକଣା ଆହୁରି କଡାକଡି କରିବା ସହ ଲକଡାଉନ ଅବଧି ବୃଦ୍ଧି କରୁଛନ୍ତି ।   ତେବେ ଆଜି ତେଲେଙ୍ଗାନାରେ ଲକଡାଉନ ସରୁଥିବାବେଳେ ସରକାର ଆହୁରି 10 ଦିନ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ।

 ପୂର୍ବରୁ ଥିବା କିଛି କଟକଣାରେ କୋହଳ କରାଯାଇଛି । ସକାଳ 6 ରୁ 10 ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ଥିବାବେଳେ ଏବେ ଏହାକୁ ସକାଳ 6 ରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ତେଲେଙ୍ଗାନାରେ ପ୍ରଥମେ ମେ 12 ରୁ 21 ପର୍ଯ୍ୟନ୍ତ  ଲକଡାଉନ ଲାଗୁ କରାଯାଇଥିଲା । ପରେ ଏହାକୁ ବୃଦ୍ଧି କରି ମେ 30 ପର୍ଯ୍ୟନ୍ତ ବଢାଯାଇଥିଲା ।