
ଭୁବନେଶ୍ୱର,୩୧/୦୫/୨୧ (ଜିଲ୍ଲା ଖବର) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆକାଶମାର୍ଗରୁ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ । ଆକାଶମାର୍ଗରୁ ବାଲେଶ୍ୱର ଜିଲ୍ଲାର ସିମୁଳିଆ, ସୋରୋ, ବାହାନଗା ଅଂଚଳର ସ୍ଥିତି ଅନୁଧ୍ୟାନ କରିବେ ।
ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ପୂର୍ବାହ୍ନ ୧୦ଟା ସମୟରେ ତ୍ରିକୋଣିଆ ଗ୍ରାମପଂଚାୟତ ଅନ୍ତର୍ଗତ ତାରିଗୋଛିଆ, ସାଥୋ ଗ୍ରାମପଂଚାୟତର ମୁହାଣ ତଥା ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବିପନ୍ନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି ।


