
ଭୁବନେଶ୍ୱର, ୩୧/୦୫/୨୧ (ଜିଲ୍ଲା ଖବର) : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ଜୁନ ୩ ତାରିଖରେ କେରଳ ଛୁଇଁବ ମନସୁନ୍। ଏହାର ୧୦ରୁ ୧୨ଦିନ ମଧ୍ୟରେ ଅର୍ଥାତ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପୂର୍ବରୁ ମେ ୩୧ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଥିଲା। ସେହିପରି ବିଳମ୍ବ ହେଲେ ମଧ୍ୟ ସପ୍ତାହେ ମଧ୍ୟରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା। ତେବେ ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହ ଏବେ ଧୀରେ ଧୀରେ ଆରମ୍ଭ ହୋଇଥିବାରୁ ଜୁନ ୩ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆଇଏମଡି ସ୍ପଷ୍ଟ କରିଛି।


