
ଭୁବନେଶ୍ୱର,୩୧/୦୫/୨୧ (ଜିଲ୍ଲା ଖବର) : ଲକଡାଉନ ବୃଦ୍ଧିକୁ ସ୍ୱାଗତ କରିଛନ୍ତି ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ । ସେ କହିଛନ୍ତି, ରାଜ୍ୟ ସରକାର ଲକଡାଉନ ବୃଦ୍ଧି କରନ୍ତୁ, କିନ୍ତୁ ଗରିବ ଲୋକଙ୍କ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରାଯାଉ । ଗରିବ ଲୋକେ ଭୁବନେଶ୍ୱରରେ କିଛି କାମ ନକରି ହଇରାଣ ହେଉଛନ୍ତି । ଖାଇବାକୁ ପାଉନାହାଁନ୍ତି ।
ତାଙ୍କ ପାଇଁ କିଛି ବ୍ୟବସ୍ଥା କଲେ ସେମାନେ ମଧ୍ୟ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ। ଯେଉଁ ତିନିଟି ଜିଲ୍ଲାରେ ଲକଡାଉନ ଅବଧିକୁ ସାମାନ୍ୟ କୋହଳ କରାଯାଇଛି, ତାହା ଠିକ କରିଛନ୍ତି ସରକାର। ଠିକ ସେହିପରି ଆମର ମଧ୍ୟ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯାଉ ବୋଲି କହିଛନ୍ତି ସୁରେଶ ରାଉତରାୟ।


