
୩୧/୦୫/୨୧ (ଜିଲ୍ଲା ଖବର) : ଦେଶରୁ ଦୂର ହେବ ଭ୍ୟାକ୍ସିନ ଅଭାବ । ଜୁନ ମାସରେ ଉପଲବ୍ଧ ହେବ ୧୨ କୋଟି କରୋନା ଭ୍ୟାକ୍ସିନର ଡୋଜ । କେନ୍ଦ୍ର ସରକାର ଅଧିକରୁ ଅଧିକ ଦେଶବାସୀଙ୍କ ଟିକାକରଣ ପାଇଁ ତତ୍ପାରତା ସହ କାମ କରୁଛନ୍ତି । ଭାରତକୁ ଶୀଘ୍ର କରୋନା ମୁକ୍ତ କରିବାର ଗୋଟିଏ ମିଶନ ନେଇ କାମ କରୁଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ଆସନ୍ତା ମାସରେ ଦେଶକୁ ୧୨ କୋଟି କରୋନା ଟିକା ମିଳିବାକୁ ଯାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରାଜ୍ୟର ଜନସଂଖ୍ୟା, ଟିକାର ୱେଷ୍ଟଜ, ଆବଶ୍ୟକତା ଆଧାରରେ ଏହି ଟିକା ଗୁଡିକୁ ରାଜ୍ୟମାନଙ୍କୁ ବିତରଣ କରାଯିବ । ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ୬ କୋଟି ୯ ଲକ୍ଷ ଡୋଜ ମାଗଣାରେ ଯୋଗାଇ ଦିଆଯିବ । ଦେଶରେ ବର୍ତ୍ତମାନ ସୁଦ୍ଧା ୨୧ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ଶେଷ ହୋଇଛି ।


