Sunday, November 15, 2026
Home ଆଞ୍ଚଳିକ ମଣିଷ ପାଇଁ ଗୋଟିଏ ଶତାବ୍ଦୀରୁ ଅଧିକ ବଂଚିରହିବା ନୁହେଁ ଅସମ୍ଭବ

ମଣିଷ ପାଇଁ ଗୋଟିଏ ଶତାବ୍ଦୀରୁ ଅଧିକ ବଂଚିରହିବା ନୁହେଁ ଅସମ୍ଭବ

4

୩୧/୦୫/୨୧ (ଜିଲ୍ଲା ଖବର) : ଗବେଷକଙ୍କ ନୂଆ ଆବିଷ୍କାର। ମଣିଷ ପାଇଁ ଗୋଟିଏ ଶତାବ୍ଦୀରୁ ଅଧିକ ବଂଚିରହିବା ନୁହେଁ ଅସମ୍ଭବ। ଏପରିକି ୧୫୦ ବର୍ଷ ପର୍ଯ୍ୟନ୍ତ ବଂଚିପାରେ ମଣିଷ।  କୌଣସି ଗୁରୁତର ରୋଗ ଏବଂ ଦୁର୍ଘଟଣା ନହେଲେ ଚାପମୁକ୍ତ ପରିବେଶରେ ଜଣେ ବଂଚିପାରେ ୧୫୦ ବର୍ଷ ।

–    ଗବେଷକଙ୍କ ଆବିଷ୍କାର
–    ମଣିଷ ପାଇଁ ଗୋଟିଏ ଶତାବ୍ଦୀରୁ ଅଧିକ ବଂଚିରହିବା ନୁହେଁ ଅସମ୍ଭବ
–    ୧୫୦ ବର୍ଷ ପର୍ଯ୍ୟନ୍ତ ବଂଚିପାରେ ମଣିଷ
–    କୌଣସି ଗୁରୁତର ରୋଗ ଏବଂ ଦୁର୍ଘଟଣା ନହେଲେ ଜଣେ ବଂଚିପାରେ ୧୫୦ ବର୍ଷ 
ଭାରତରେ କିଛି ପୌରାଣିକ ଚରିତ୍ର ତଥା ସାଧୁ ସନ୍ୟାସୀ ଏବଂ ଯୋଗ ସାଧକ ଶହ ଶହ ବର୍ଷ ବଂଚିଥିବାର କୁହାଯାଏ । ଏପରିକି କେହି କେହି ଅମର ହୋଇଥିବାର ମଧ୍ୟ ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ମାତ୍ର ଆମ ପାଖରେ ଥିବା ଲୋକମାନଙ୍କ ମଧ୍ୟରେ ଖୁବ୍ କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ଅତିବେଶିରେ ମାତ୍ର ଶହେ ବର୍ଷ ବା ତାଠାରୁ କିଛି ଅଧିକ ବର୍ଷ ବଂଚିଥିବାର ଦେଖାଯାଏ। ନିକଟରେ ଜାମ୍ମୁକାଶ୍ମୀର ଏବଂ ମଧ୍ୟପ୍ରେଦଶରେ ଦୁଇଜଣ ୧୧୮ ବର୍ଷ ବୟସ୍କ କୋଭିଡ୍ ଟିକା ନେଇଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା॥

ତେଣୁ ଜଣେ ମଣିଷ ଅତିବେଶୀରେ କେତେ ବର୍ଷ ବଂଚିପାରିବ ତାକୁ ନେଇ ରହି ଆସିଛି ଅନେକ ବାଦବିବାଦ ଏବଂ ଚର୍ଚ୍ଚା।
ତେବେ ଜଣେ ମଣିଷ ଅତି ବେଶିରେ ୧୫୦ ବର୍ଷ ବା ଦେଢ଼ ଶତାବ୍ଦୀ ପର୍ଯ୍ୟନ୍ତ ବଂଚିପାରିବ ବୋଲି ପ୍ରକାଶ କରିଛନ୍ତି କିଛି ଗବେଷକ। ବିଜ୍ଞାନ ପତ୍ରିକା ସାଇଣ୍ଟଫିକ୍ ଆମେରିକାନ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦି ଜଣେ କୌଣସି ମାରାତ୍ମକ ରୋଗରେ ଆକ୍ରାନ୍ତ ନ ହୁଅନ୍ତି, ଦୁର୍ଘଟଣାରେ ମୃତ୍ୟୁ ବରଣ ନକରନ୍ତି କିମ୍ବା ଅନ୍ୟ କୌଣସି କାରଣ ଜଣକ ଜୀବନକୁ ଅକାଳରେ ଶେଷ କରି ନଦିଏ ତେବେ ମଣିଷ କେତେ ଦିନ ବଞ୍ଚିପାରିବ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ଗବେଷକ ।

ଗବେଷଣା କରି ସେମାନେ କହିଛନ୍ତି ଯେ, ଜଣେ ମଣିଷ ପାଇଁ ସର୍ବାଧିକ ଆୟୂଷ ୧୨୦ ବର୍ଷରୁ ୧୫୦ ହୋଇପାରେ ଯଦି ସେହି ବ୍ୟକ୍ତି ଜଣକ ସର୍ବନିମ୍ନ ଚାପ ବା ମିନିମମ୍ ଷ୍ଟ୍ରେସ୍ ସହିତ ଜୀବନ ବିତାଇବାରେ ଅଭ୍ୟସ୍ତ ଥାନ୍ତି । ଗବେଷଣାରୁ ଜଣାପଡ଼ିଛି ୧୫୦ ବର୍ଷରୁ ଅଧିକ ବଞ୍ଚିପାରିବେ ନାହିଁ ମଣିଷ । କାରଣ ମଣିଷ ଶରୀରର ସଂରଚନାଗତ ସମତା ବା ଷ୍ଟ୍ରକ୍ଚରାଲ ଇକ୍ବଲିବ୍ରିୟମ୍ ଏବଂ ମେଟାବୋଲିକ୍ ସିଷ୍ଟମରେ ସନ୍ତୁଳନ ବଜାୟ ରଖିବାର କ୍ଷମତା ସମୟ ସହିତ କମି ଯାଇଯାଏ॥ ଏହାପରେ କୌଣସି ପ୍ରକାର ଦୁର୍ଘଟଣା ବା ଗୁରୁତର ରୋଗ ନହେଲେ ମଧ୍ୟ ମଣିଷ ଶରୀର କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ବା ପରିବେଶର ସାମ୍ନା କରିବା ପାଇଁ ସାମର୍ଥ୍ୟ ହରାଏ ଯାହାକୁ ବିଜ୍ଞାନ ଭାଷାରେ କୁହାଯାଏ ଇଭେଂଚୁଆଲ୍ ଲସ୍ ଅଫ୍ ରେଜିଲେନ୍ସ।

ସେଣ୍ଟର ଫର ଷ୍ଟଡି ଅଫ୍ ଏଜିଂ ଆଣ୍ଡ ହ୍ୟୁମାନ୍ ଡେଭଲପମେଣ୍ଟ୍, ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ହେଥର ହ୍ବିଟସନ୍ କହିଛନ୍ତି ସମ୍ପୂର୍ଣ୍ଣ ଚାପମୁକ୍ତ ପରିବେଶରେ ହିଁ ଜଣେ ଦୀର୍ଘତମ ଜୀବନ ବଂଚିବା ସମ୍ଭବ। ତେବେ ଗବେଷକଙ୍କ ମତରେ ଦୀର୍ଘ ଜୀବନ ବଞ୍ଚିବାର ଅର୍ଥ ଏକ ଦୁର୍ବଳ ଜୀବନ ବଞ୍ଚିବା ମଧ୍ୟ ହୋଇପାରେ କାହିଁକି ନା ଏକ ନିର୍ଦ୍ଦିଷ୍ଟ ବୟସ ପରେ ମଣିଷ ବଂଚିଥିଲେ ବି କାର୍ଯ୍ୟକ୍ଷମ ରହିବା ସମ୍ଭବ ନ ହୋଇପାରେ॥