Saturday, November 14, 2026
Home ଆଞ୍ଚଳିକ କମୁଛି ଦେଶରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ

କମୁଛି ଦେଶରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ

5

ନୂଆଦିଲ୍ଲୀ, ୩୧/୦୫/୨୧ (ଜିଲ୍ଲା ଖବର):  ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ  ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ । ଗତ ସପ୍ତାହେ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଖସିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୮୦ଲକ୍, ୪୭ହଜାରକୁ ବୃଦ୍ଧି ପାଇଛି ।

ସେହିପରି କମୁଛି ଦୈନିକ ମୃତ୍ୟୁସଂଖ୍ୟା । ତଥାପି ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୩ହଜାର ୧୨୮ ଜୀବନ । ଦେଶରେ କରୋନାରେ ମୋଟ୍ ୩ଲକ୍ଷ ୨୯ହଜାର ୧୦୦ ଆକ୍ରାନ୍ତ ମୃତ୍ୟୁବରଣ କଲେଣି ।ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ସପ୍ତାହେ ଭିତରେ ୩୦ ଲକ୍ଷରୁ ୨୦ ଲକ୍ଷକୁ ଖସିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୮ ହଜାର ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି ୨କୋଟି ୫୬ଲକ୍ଷ ୯୨ ହଜାର ସଂକ୍ରମିତ । ଏବେ ୨୦ଲକ୍ଷ ୨୬ହଜାର ଆକ୍ଟିଭ କେସ୍ ରହିଛି ।