
କବିସୂର୍ଯ୍ୟନଗର,୩୦/୫(ଜିଲ୍ଲା ଖବର) : ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ଦ୍ୱିତୀୟ ବର୍ଷ ପୃତି ଅବସରରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ରଞ୍ଜନ କୁମାର ପୋଲାଇ ଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ଏନ ଏ ସି ଏବଂ ନିର୍ବାଚନ ମଣ୍ଡଳୀରେ ସେବା ହିି ସଂଗଠନ କାର୍ଯ୍ୟକମ ଅନୁଷ୍ଠିତ ହେଇଯାଇଛି । ଏଥିରେ ସମସ୍ତ ମଣ୍ଡଳ ସଭାପତି ଏବଂ ସମସ୍ତ ବୁଥ ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇ ସେବା ଦିବସ ପାଳିତ ହେଇଯାଇଛି । ଏବଂ ଏହି କାର୍ଯ୍ୟକର୍ମ କୁ ଯୁବ ନେତା ରମାକାନ୍ତ ଦୋରା ସହଯୋଗ କରିଥିଲେ । ଏହି କାର୍ଯ୍ୟକର୍ମ କୁ ସମସ୍ତ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।






