Sunday, November 15, 2026
Home ଆଞ୍ଚଳିକ କୋଟିଆ ଅଂଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ୪୫ ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ କୋଭିଡ ଟୀକା...

କୋଟିଆ ଅଂଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ୪୫ ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ କୋଭିଡ ଟୀକା ପ୍ରଦାନ

37

ବିଷମକଟକ,୩୦/୫(ଜିଲ୍ଲା ଖବର) : ଆନ୍ଧ୍ର ଓଡିଶା ସୀମା କୋଟିଆ ଗ୍ରାମ ପଂଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମର ଜଣ ସାଧାରଣଙ୍କୁ ଆନ୍ଧ୍ର ସରକାରଙ୍କ ତରଫରୁ ୪୫ ରୁ ଉର୍ଦ୍ଧ୍ବ ବୟସ ଲୋକ ମାନଙ୍କୁ ଟୀକା କରଣ କରାଯାଉଅଛି ! ଏଥିରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ନିର୍ଦେଶ କ୍ରମେ ପାର୍ବତୀପୁରମ _ ପି ଏ ଆଇଟି ଡି ଏ , କୁର୍ମା ନାଥ ଙ୍କ ତତ୍ଵବଧାନରେ କୋଡ଼ମା ପଂଚାୟତର ସ୍ଵାସ୍ଥ୍ୟ କର୍ମଚାରୀ ମାନେ ବିନା ଆମ୍ବୁଲାନ୍ସ ସହାୟତାରେ ପ୍ରତ୍ୱେକ ଗାଁ ଗାଁକୁ ଚାଲି ଚାଲି ବୁଲି କ୍ଷେତ ବାଡ଼ିରେ ମଧ୍ୟ ୪୫ ରୁ ଉର୍ଦ୍ଧ୍ବ ରହିଥିବା ଲୋକ ମାନଙ୍କୁ କୋଭିଡ ଟୀକା ଦେଉଛନ୍ତି! ଯେଉଁଠି କି ମୋବାଇଲ ଟାୱାରର ନେଟୱର୍କ ନଥିବା ସତ୍ବେ ଟୀକା କରଣ କରାଯାଇଛି ଏବଂ ପରବର୍ତୀ ସମୟରେ ଟୀକା କରଣ ରେ ସାମିଲ ହେଇଥିବା ସମସ୍ତ ଲୋକ ମାନଙ୍କ ଆଧାର କାର୍ଡ ସଂଗ୍ରହ କରି କୋଡମା ଅଂଚଳରେ ପହଁଚି ସେଠାରେ ନେଟୱର୍କ ରହିଥିବାରୁ ସମସ୍ତ ଆଧାର କାର୍ଡକୁ ଟୀକା କରଣ ରେ ପଞ୍ଜିକୃତ କରାଯାଇଉଛି। ଏଥିରେ କୋଟିଆ ଅଂଚଳର ଆନ୍ଧ୍ର ଓଡିଶା ବିବାଦୀୟ ଗାଁ ତଥା ଉପର ସେମ୍ବୀ, ତଳ ସେମ୍ବୀ, ଧୂଳି ପଦର, ଗଂଜେଇ ପଦର, ପାଟ ସେନେରୀ, ଫଗୁଣ ସିନେରୀ ଗାଁର ଲୋକ ମାନେ ଟୀକା ଗ୍ରହଣ କରିଥିଲେ ! କୋଭିଡ ଟୀକା କରଣ ରେ ପଂଚାୟତ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିବା ଜଣାପଡିଛି ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।