Saturday, November 14, 2026
Home ଆଞ୍ଚଳିକ ବେଲଗୁଣ୍ଠା ପୋଲିସ ପ୍ରେସ୍ କ୍ଳବ୍ର ମିଳିତ ରକ୍ତ ଦାନ ଶିବିର ୫୬ ୟୁନିଟ ରକ୍ତ...

ବେଲଗୁଣ୍ଠା ପୋଲିସ ପ୍ରେସ୍ କ୍ଳବ୍ର ମିଳିତ ରକ୍ତ ଦାନ ଶିବିର ୫୬ ୟୁନିଟ ରକ୍ତ ସଂଗ୍ରହ

46

ବେଲଗୁଣ୍ଠା,୩୦/୫(ଜିଲ୍ଲା ଖବର) : କରୋନା ୨.୦ ଲକ୍ ଡାଉନ୍ ଜାରି ରହିଥିବା ବେଳେ ସରକାର ବହୁ ସାମାଜିକ ତଥା ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛନ୍ତି ।ଏଥିପାଇଁ ବିଭିନ୍ନ ସଂଗଠନ ଦ୍ୱାରା ଚାଲିଆସୁଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବନ୍ଦ ହୋଇଯାଇଅଛି ।ଯାହା ଫଳରେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି ।ଏହାକୁ ଗୁରତ୍ୱ ଦେଇ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବେଲଗୁଣ୍ଠା ପୋଲିସ-ବେଲଗୁଣ୍ଠା ପ୍ରେସ୍ କ୍ଲବ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ବେଲଗୁଣ୍ଠା ଥାନା ପରିସରରେ ଆୟୋଜନ କରାଯାଇଅଛି ।ଏହି ଶିବିରରେ ରକ୍ତଦାତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।ଫଳରେ ଆଜି ମୋଟ ୫୬ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ଛନ୍ତି ।ସମୁଦାୟ ୫୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।କରୋନା ସଚେତନତା ସହିତ ସମସ୍ତ ରକ୍ତଦାତାଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇଥିଲା ।ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଶିବିରକୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।ରକ୍ତଦାନ ଚାଲିଥିବା ସମୟରେ ସ୍ୱତନ୍ତ୍ର ଅତିଥି ଭାବେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ଭଞ୍ଜନଗର ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର,ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ଏବଂସମ୍ମାନିତ ଅତିଥି ଭାବେ ଡାକ୍ତର ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୁର୍ବତନ ଏନ୍.ଏ.ସି ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ଗଞ୍ଜାମ ଜିଲ୍ଲା ମାନବ ଅଧିକାର ଆଇନ ସେଲ୍ ସଭାପତି ରାମକୃଷ୍ଣ ପଟ୍ଟନାୟକ, ଦୈନିକ ଖବରକାଗଜ ସକାଳର ଦକ୍ଷିଣ ଓଡିଶା ବିଜ୍ଞାପନ ମୁଖ୍ୟ ଦିପକ ପଣ୍ଡା ଓ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ବେଲଗୁଣ୍ଠା ଥାନା ସବ୍ ଇନିସ୍ପେକ୍ଟର ଚନ୍ଦନ ବେହେରା ପ୍ରଥମେ ରକ୍ତ ଦେଇ ଶିବିର ଶିବିର ଶୁଭାରମ୍ଭ କରିଥିଲେ ।ସବୁଠାରୁ ଉଲ୍ଲେଖନୀୟ ଭାବେ ଦମ୍ପତି ଏ.ମନୋଜ କୁମାର ପାତ୍ର ଓ ତାଙ୍କ ଧର୍ମପତ୍ନୀ ଏ.ରାଧାରାଣୀ ପାତ୍ର ସ୍ୱତଃପ୍ରବୃତ୍ତ ଭାବେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।ଏଥି ସହିତ ଅଞ୍ଚଳର ଅନ୍ୟ 4 ଜଣ ମହିଳା ମଧ୍ୟ ରକ୍ତଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।ସ୍ବେଚ୍ଛାକୃତ ରକ୍ତଦାତା ମାନେ ହେଲେ ସସ୍ମିତା ସ୍ୱାଇଁ,ରାଜଲକ୍ଷ୍ମୀ ପାତ୍ର, ଏ.ରାଧାରାଣୀ ପାତ୍ର, ଟି.ଐଶ୍ୱର୍ଯ୍ୟା ପାତ୍ର,ସବ୍ଇନିସ୍ପେକ୍ଟର ଚନ୍ଦନ ବେହେରା, ମନୋଜ କୁମାର ସାହୁ, ଦିବାକର ଗୌଡ, ଶ୍ରୀକାନ୍ତ ନାୟକ,ଉମାଚରଣ ସାହୁ,ଦିଲ୍ଲୀପ କୁମାର ସ୍ୱାଇଁ,ନାରୟଣ ଆପଟ, ମାନସ ରଞ୍ଜନ ମହାପାତ୍ର, ବିଭୁତି ଭୁଷଣ ଜେନା,ଅଜୟ ପାତ୍ର,ପପୁ ଆପଟ, ଚିନ୍ମୟ କୁମାର ପତି,ଅଜୟ କୁମାର ବେହେରା, ବିନୋଦ ପାତ୍ର,ସଂଗ୍ରାମ ଜିତ୍ ପଣ୍ଡା, ସିମାଞ୍ଚଳ ବାରିକ୍,ନାରାୟଣ ବଢେଇ, ଏ.ମନୋଜ କୁମାର ପାତ୍ର,ରବୀନ୍ଦ୍ର କୁମାର ଡାକୁଆ,ନୀଲୁ ପ୍ରଧାନ,କାହ୍ନୁ ଚରଣ ଦାସ, ରାଜେଶ୍ୱର ଆପଟ,ଗୋଲକ ବିହାରୀ ଖଟେଇ,ଚିତ୍ରସେନ୍ ସ୍ୱାଇଁ,ଜିତେନ୍ଦ୍ର ପଣ୍ଡା, ରାଜକୁମାର ଆପଟ,ସୁଶାନ୍ତ କୁମାର ପୋଲାଇ,ଗୋରା ସାହୁ,ସୁଧାଂଶୁ ଶେଖର ପୋଲେଇ,ରବି ସାହୁ,ରାଜୀବ କୁମାର ପାଣିଗ୍ରାହୀ, ସୁନୀଲ୍ ସ୍ୱାଇଁ,ଆଦିତ୍ୟ ମହାରଣା, ଶିବଶଙ୍କର ବାଡତ୍ୟା,ଆକୁଳ ବାଡତ୍ୟା,ଏ.କାହ୍ନୁ ସୁବୁଦ୍ଧି,ଦେବାଶିଷ ଦାସ, ବିକ୍ରାନ୍ତ ବେହେରା, ଚନ୍ଦନ ବେହେରା, ନାରୟଣ ମହାକୁଡ଼,ସନ୍ତୋଷ ମହାନ୍ତି, ସିଦ୍ଧେଶ୍ୱର ଜେନା,ରବୀନ୍ଦ୍ର ପ୍ରଧାନ,ରାକେଶ ସାହୁ, ନାରୟଣ ବିଷୋୟୀ, ଆଶୁତୋଷ ପାଳ,ସନ୍ତୋଷ ବେହେରା, ପ୍ରମୋଦ ପ୍ରଧାନ,ଉତ୍ତମ ପ୍ରଧାନ,କାଳିଆ ଦୁଆରୀ,ଭାସ୍କର ଗୌଡ,ଗୋପାଳ କୃଷ୍ଣ ନାୟକ ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ମଙ୍ଗଳପୁର ପଞ୍ଚାୟତର ପୁର୍ବତନ ନାଏବ ସରପଞ୍ଚ ତଥା ଯୁବ ସଙ୍ଗଠକ ମାଧବଚନ୍ଦ୍ର ଆପଟଙ୍କ ତତ୍ତ୍ୱାବଧାନରେ 16 ଜଣ ରକ୍ତଦାତା ରକ୍ତ ଦାନ କରିଥିବାରୁ ଶ୍ରୀ ଆପଟଙ୍କୁ ବେଲଗୁଣ୍ଠା ଥାନା ତରଫରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।ଏଥି ସହିତ ବେଲଗୁଣ୍ଠା ଥାନା ପରିସରରେ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର ବୃକ୍ଷ ରୋପଣ କରିଥିଲେ ।ସମସ୍ତ କାର୍ଯ୍ୟ କ୍ରମକୁ ବେଲଗୁଣ୍ଠା ଥାନା କର୍ମଚାରୀଙ୍କ ସମେତ ପ୍ରେସ୍ କ୍ଳବ୍ ର ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ-ସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା,ସନ୍ତୋଷ କୁମାର ବିଷୋୟୀ,ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ଜୟକୃଷ୍ଣ ପଟ୍ଟନାୟକ,ସୁରେଶ ସୁବୁଦ୍ଧି,ଚନ୍ଦନ କୁମାର ସାହୁ,ସୁଶାନ୍ତ କୁମାର ବେହେରା, ମାଧବଚନ୍ଦ୍ର ଆପଟ,ବାଳକୃଷ୍ଣ ପାତ୍ର, ଜଗନ୍ନାଥ ନାୟକ,ସଚିନ୍ ପୁରୋହିତ, ଶିବରାମ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ