
ବାଲିଗୁଡ଼ା,୩୦/୫{ ସୁକାନ୍ତ କୁମାର ତ୍ରିପାଠୀ } : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରିରହିଛି ହେଲେ କେତେକ ଅମାନିଆ ଏହାକୁ ନମାନି ବ୍ୟବସାୟ କରିଚାଲିଛନ୍ତି ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ସ୍ଥାନରେ ଆମିଷ ବିକ୍ରି ହେଉଥିବା ଖବର ପାଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ଚଢ଼ାଉ କରି 4700 ଟଙ୍କା ତଣ୍ଡ ଆଦାୟ କରିଛନ୍ତି । ଏହି ପ୍ରୟାସ ଆଗକୁ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ତହସିଲଦାର ।



