Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Jennifer winget

ଜନ୍ମଦିନର ଶୁଭେଚ୍ଛା ! Jennifer winget

18

ନୂଆଦିଲ୍ଲୀ,୩୦/୦୫/୨୧ (ଜିଲ୍ଲା ଖବର) : ନିଜର ହସ ସହ ମୁହଁ ଏବଂ ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି  ଅଭିନେତ୍ରୀ Jennifer winget । ତାଙ୍କର ସୁନ୍ଦରତାରେ ସେ ଦର୍ଶକଙ୍କୁ ଦ୍ବିଓ୍ବାନା କରନ୍ତି । ସୋସିଆଲ ମିଡିଆରେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି , ଫ୍ୟାନ୍ସମାନଙ୍କ ସହ  ଯୋଡି ହୋଇ ରୁହନ୍ତି ।  ନିଜର ସୁନ୍ଦରତା ସହିତ ସେ ତାଙ୍କ ଅଭିନୟକୁ ନେଇ ମଧ୍ୟ ବେଶ ପରିଚିତ । ତେବେ ଆଜି ହେଉଛି ଜେନିଫରଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି ।  ସେ ତାଙ୍କ କ୍ୟାରିୟରରେ ବେଶ ସଫଳତା ହାସଲ କରିଛନ୍ତି । ତାଙ୍କ ପରିଶ୍ରମର ଫଳ ସେ ହାସଲ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।

ଜେନିଫରଙ୍କ ମା’ହେଉଛନ୍ତି ପଞ୍ଜାବୀ ଏବଂ ତାଙ୍କ ବାପା ମରାଠୀ । ୧୨ ବର୍ଷ ବୟସରେ ହିଁ ଜେନିଫର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ‘ଶାକା ଲାକା ବୁମ୍ ବୁମ୍’ ମାଧ୍ୟମରେ ସେ ଶିଶୁ କଳାକାର ଭାବେ କାମ କରିବା ଆରମ୍ଭ କରିଥିଲେ । ଏଥିରେ ସେ ପିୟା ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ କାମ କରିଛନ୍ତି ।  

ଧାରାବାହିକ ସହିତ ସେ ଅନେକ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି ।

ପ୍ରକାଶ ଥାଉକି, ଜେନିଫର  ୨୦୧୨ରେ ଟିଭି ଆକ୍ଟର କରଣ ସିହଂ ଗ୍ରୋବରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ତାଙ୍କ ସହ ବେଶୀ ଦିନ ତାଙ୍କ ସମ୍ପର୍କ ତିଷ୍ଠି ରହି ପାରି ନଥିଲା । ଯାହା ଫଳରେ ୨୦୧୪ରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।  ଦୁହିଁଙ୍କ ଛାଡପତ୍ର ପରେ କରଣ ବିପାଶା ବସୁଙ୍କୁ ବିବାହ କରିଥିବା ବେଳେ, ଆଜି ବି ଏକୁଟିଆ ଅଛନ୍ତି ଜେନିଫର ।  

ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।