
ସମ୍ବଲପୁର ,୩୦/୦୫/୨୧ (ଜିଲ୍ଲା ଖବର) : ସମ୍ବଲପୁର ଝିଅ କମାଲ ଦେଖାଇ ଆମେରିକା ରାଷ୍ଟ୍ରପତିଙ୍କ ସ୍ବାକ୍ଷରରେ ପାଇଲେ ପ୍ରମାଣ ପତ୍ର । ସମ୍ବଲପୁର କୁଞ୍ଜେଲପଡାର ସୁଧାଂଶୁ ଦଳପତଙ୍କ ନାତୁଣୀ ତଥା ଆମେରିକା ଓହିଓ ସହରର ଏକ ସଫ୍ଟଓ୍ବେର ଇଞ୍ଜିନିୟର ସମ୍ରିତ ଶେଖର ଦଳପତଙ୍କ ଝିଅ ସମ୍ରତା ଆମେରିକା ରାଷ୍ଟପତିଙ୍କ ଶିକ୍ଷା ପୁରସ୍କାର ପାଇଛନ୍ତି।
ସମ୍ରତାଙ୍କୁ ମାତ୍ର ୧୦ ବର୍ଷ ବୟସ। ପ୍ରମାଣପତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ରହିଛି । ସମ୍ରତା ଏବେ ଓହିଓ ନର୍ଥ ରୟାଲଟନ ସହର ର ଆଲବିଅନ ଏଲିମେଣ୍ଟାରି ସ୍କୁଲରେ ଚର୍ତୁଥ ଶ୍ରେଣୀରେ ପାଠ ପଢୁଛନ୍ତି । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇ ଆମେରିକା ରାଷ୍ଟ୍ରପତି ଦ୍ଵାରା ଆୟୋଜନ କରାଯାଉଥିବା ରାଷ୍ଟ୍ରପତିଙ୍କ ଶିକ୍ଷା ପୁରସ୍କାତ ଯୋଜନାରେ ଏହି ପୁରସ୍କାର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ନାମ ସୁପାରିଶ କରିଥିଲେ । ୨୦୧୦ ରେ ଜନ୍ମ ଗ୍ରହଣ କରିଥିବା ସମ୍ରତା ବାଙ୍ଗାଳୁରୁରେ ପ୍ରାଥମିକ ଶିକ୍ଷା ପରେ ବାପାଙ୍କ ସହିତ ଏବେ ଆମେରିକାରେ ଅଛନ୍ତି । ତାଇକୋଣ୍ତା ଖେଲରେ କମଳା ରଙ୍ଗର ବେଲ୍ଡ ପ୍ରାପ୍ତ କରିଛନ୍ତି ।


