Friday, November 13, 2026
Home ଆଞ୍ଚଳିକ କରୋନାରେ ଆଖି ବୁଜିଲେ ଫିଲ୍ମ ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ

କରୋନାରେ ଆଖି ବୁଜିଲେ ଫିଲ୍ମ ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ

26

ମୁମ୍ବାଇ, ୩୦/୦୫/୨୧ (ଜିଲ୍ଲା ଖବର) : କରୋନା କେତେ ଯେ ଲୋକଙ୍କ ଜୀବନ ନେଲାଣି, ତାହା ଭାବିବା ବେଳକୁ ଲୋମଟାଙ୍କୁରି ଉଠୁଛି । କେତେ ଲୋକଙ୍କ ଘର ସଂସାର ଓଜାଡି ଦେଲାଣୀ ଏହି ମହାମାରୀ କରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ସେଲିବ୍ରେଟି ଯାଏଁ  ସମସ୍ତେ କରୋନାର ଜାଲରେ ଛନ୍ଦି ହୋଇ ପଡୁଛନ୍ତି ।

ତେବେ  ଠିକ୍ ସେମିତି ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରିଆନ୍ ଷ୍ଟିଫେନ୍ ।

ଗତ କିଛି ଦିନ ଧରି ଗୋଆରେ ରହୁଥିଲେ ରିଆନ୍ ଷ୍ଟିଫେନ । ସେଠାରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା । ସେଠାରେ ଚିକିସ୍ବିତ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ୫୦ ବର୍ଷ ବୟସରେ ସେ ଏ ଦୁନିଆଁକୁ ଅଲବିଦା କରି ଚାଲି ଯାଇଛନ୍ତି ।

ପ୍ରକାଶ ଥାଉକି, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ’ ଇନ୍ଦୁ କି ଜଓ୍ବାନୀ’ ଏବଂ ସର୍ଟ ଫିଲ୍ମ’ ଦେବୀ’ ପାଇଁ ରିଆନ୍ ବେଶ ଚର୍ଚ୍ଚାରେ ଥିଲେ ।