ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ

68

ଦେବଗଡ୩୦/୦୫/୨୧ (ଜିଲ୍ଲା ଖବର) , : ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଜଳିଗଲା ଗୋଟିଏ ଟ୍ରକ୍ । ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ । ଗାଡି ଭିତରେ ଥିବା ଡ୍ରାଇଭର ବାହାରି ପାରି ନଥିଲେ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣାଗ୍ରସ୍ତ ଅନ୍ୟ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡ଼ିଲା ।

ସୂଚନାନୁସାରେ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି । ଦେବଗଡ ପଟୁ କେନ୍ଦୁଝର ଆଡକୁ ଯାଉଥିବା ମାଲ ବୋଝେଇ ଟ୍ରକସହ କେନ୍ଦୁଝର ପଟୁ ଦେବଗଡ ଆଡକୁ ଆସୁଥିବା ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । କେନ୍ଦୁଝର ପଟୁ ଆସୁଥିବା ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାପରେ ଅନ୍ୟ ଟ୍ରକଟିରେ ନିଆଁ ଲାଗି ଯାଇଥିଲା । ଯେଉଁଥିରେ ଡ୍ରାଇଭର ଜଣଙ୍କ ଜୀବନ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଏଯାଏ ଜଣାପଡି ନାହିଁ ।