Sunday, November 15, 2026
Home ଆଞ୍ଚଳିକ ମସ୍ତାନୀ ହୋଇ ରାସ୍ତାରେ ବୁଲିଲେ ରାକ୍ଷୀ ସାଓ୍ବନ୍ତ

ମସ୍ତାନୀ ହୋଇ ରାସ୍ତାରେ ବୁଲିଲେ ରାକ୍ଷୀ ସାଓ୍ବନ୍ତ

15

ନୂଆଦିଲ୍ଲୀ, ୩୦/୦୫/୨୧ (ଜିଲ୍ଲା ଖବର) : ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କୁ କିଏ ବା ନଜାଣେ । ସବୁବେଳେ ସେ ଏମିତି କିଛି ନାଁ କିଛି ହରକତ କରନ୍ତି , ଯାହାକୁ ନେଇ  ଚର୍ଚ୍ଚା ଯୋର ଧରିଥାଏ  ।  ଯେତେବେଳେ ବି ସେ ପାପାରାଜିଙ୍କ ହାବୁଡରେ ପଡନ୍ତି , ସେ ମଜା ମଜା କଥା  କୁହନ୍ତି । ନିଜ କଥା ସେୟାର କରନ୍ତି । ତେବେ ନିକଟରେ ପୁଣି ଥରେ ରାକ୍ଷୀ ସାଓ୍ବନ୍ତ ଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚା ଯୋର ଧରିଛି ।  ମୁମ୍ବାଇ ରାସ୍ତାରେ ସେ ମସ୍ତାନୀ ବେଶରେ ବୁଲୁଥିବା ନଜର ଆସିଛନ୍ତି  । ଏବଂ ସେ କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କ ସହ ଦେଖା ହେବାର ଆଉ କିଛି ଆଶା ନାହିଁ ।

ରାକ୍ଷୀ ମସ୍ତାନୀ ଗେଟଅପରେ ହାତରେ ବୀଣା ଧରି ରାସ୍ତାରେ ଚାଲିଚାଲି ଯାଉଥିଲେ । ଏହାପରେ ପାପାରାଜି ତାଙ୍କୁ ଦେଖିବା ପରେ କୁଆଡେ ଯାଉଛନ୍ତି ବୋଲି ପଚାରିଥିଲେ । ଏହାପରେ ରାକ୍ଷୀ ସେଠାରେ ଅଟକି ଯାଇ ଗାଇବାରେ ଲାଗନ୍ତି ଯେ, ‘ୟେ ଦୁନିଆଁ ୟେ ମେହେଫିଲ ମେରେ କାମ କି ନାହିଁ ‘ । ଏହାପରେ ପୁଣି ସେ କୁହନ୍ତି ଯେ, ମୁଁ ଆଜି ବହୁତ୍ ଦୁଃଖିତ ଅଛି,ନାଁ ଭ୍ୟାକସନ ମିଳୁଛି ନାଁ କପଡା ଦୋକାନ ଖୋଲୁଛି । ନାଁ ମୁମ୍ବାଇରୁ ଲକଡାଉନ ହଟୁଛି ।

ଆଗକୁ ସେ ପୁଣି କହିଛନ୍ତି ଯେ, ‘ ମୁଁ ବାଜିରାଓକୁ ଖୋଜୁଛି । ମତେ ଗୋଟେ ସୁଯୋଗ ମିଳିଥିଲା ରିତେଶଙ୍କ ସହ ଭେଟିବା ପାଇଁ । କିନ୍ତୁ ତାହା ମଧ୍ୟ ହୋଇ ପାରିଲା ନାହିଁ । ମୁଁ ବିବାହିତା ହୋଇ ମଧ୍ୟ ମୋ ସ୍ବାମୀ ମତେ, ଭେଟୁନାହାଁନ୍ତି । ଗୋଟେ ଶୋ’ ମିଳିଥିଲା ମତେ, ‘ନଚ ବଲିୟେ’  ତାହାବି ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି ।

ରାକ୍ଷୀ  ଏସବୁ କହିବା ମଧ୍ୟରେ ସେଠାରେ ଜଣେ ଡବାବାଲା ନଜର ଆସନ୍ତି । ଯାହାକୁ ଦେଖିବା ପରେ ସେ କୁହନ୍ତି, ତୁମେ ବାଜିରାଓ କି ? ଏହାପରେ ସେ କୁହନ୍ତି, ମୁଁ ତ ଟିଫିନ ପହଞ୍ଚାଇବାକୁ ଆସୁଛି । ଏହାପରେ ପୁଣି ରାକ୍ଷୀ କୁହନ୍ତି , ଆଚ୍ଛା, ମତେ ଲାଗିଲା ତୁମେ ବାଜିରାଓ ଆଉ ମୁଁ ମସ୍ତାନୀ । କାଲିଠାରୁ ମତେ ଟିଫିନ ପହଞ୍ଚାଇ ଦେବ । ତେବେ ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।