Monday, November 16, 2026
Home ଆଞ୍ଚଳିକ ସିନେମାର କାହାଣୀକୁ ସତ କରି ଦେଖାଇଛନ୍ତି ଫିରୋଜ

ସିନେମାର କାହାଣୀକୁ ସତ କରି ଦେଖାଇଛନ୍ତି ଫିରୋଜ

8

୩୦/୦୫/୨୧ (ଜିଲ୍ଲା ଖବର) : ଥିଲେ କନେଷ୍ଟବଳ, ଆଉ ଏବେ ଏସିପି । ସିନେମାର କାହାଣୀକୁ ସତ କରି ଦେଖାଇଛନ୍ତି ଦିଲ୍ଲୀ ପୋଲିସରେ ୧୦ ବର୍ଷ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଫିରୋଜ ଆଲାମ ।

ଚାକିରି ସମୟରେ ହିଁ ପାସ କଲେ ୟୁପିଏସ୍ସି ପରୀକ୍ଷା । ବଡ଼ ବାବୁଙ୍କୁ ସଲାମ କରୁଥିବା ମଣିଷକୁ ଏବେ ଅନ୍ୟ କର୍ମଚାରୀ ସାଲ୍ୟୁଟ ମାରିବେ । ଫିରୋଜଙ୍କ ଜୀବନର କାହାଣୀ କୌଣସି ସିନେମା ଠାରୁ କମ ନୁହେଁ । ଉତ୍ତରପ୍ରଦେଶ ହପୁର ଜିଲ୍ଲାର ପିଲଖୁୱା ସହରରେ ଫିରୋଜଙ୍କ ଜନ୍ମ । +୨ ପାସ କରି ୨୦୧୦ରେ ଦିଲ୍ଲୀ ପୋଲିସରେ କନେଷ୍ଟବଳ ଭାବେ ଯୋଗଦେଇଥିଲେ । ହେଲେ ଅଫିସର ହେବାର ସ୍ବପ୍ନ ତାଙ୍କୁ ସୁଆଇ ଦେଉନଥିଲା ।

ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ୟୁପିଏସ୍ସି ପରୀକ୍ଷାରେ ୬୪୫ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଫିରୋଜ । ଦିଲ୍ଲୀ ପୋଲିସ ଟ୍ରେନିଂ ସେଣ୍ଟରରେ ଫିରୋଜଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଆସନ୍ତା ବର୍ଷ ମାର୍ଚରେ ଟ୍ରେନିଂ ଶେଷ କରି ଏସିପି ଭାବେ ଦାୟିତ୍ବ ଗ୍ରହଣ କରିବେ ଫିରୋଜ ।