Thursday, November 12, 2026
Home ଆଞ୍ଚଳିକ ଅନାଥ ପିଲାଙ୍କୁ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା

ଅନାଥ ପିଲାଙ୍କୁ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା

9

୩୦/୦୫/୨୧ (ଜିଲ୍ଲା ଖବର) : କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ପିଲାମାନଙ୍କ କଥା ବୁଝିବେ ସରକାର। ଅନାଥଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ କେୟାର ଯୋଜନାରୁ ଏ ବାବଦରେ ଖର୍ଚ୍ଚ ହେବ ଅର୍ଥ। କୋଭିଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପିଲାମାନଙ୍କୁ ମିଳିବ ସମସ୍ତ ସୁବିଧା। ୧୮ ବର୍ଷ ହେବା ମାତ୍ରେ ଷ୍ଟାଈପେଣ୍ଡ ପ୍ରଦାନ କରାଯିବ। ୨୩ ବର୍ଷ ହେଲେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।

ପାଠ ପଢିବା ପାଇଁ ଏହି ଅନାଥ ପିଲାମାନଙ୍କୁ ବିନା ସୁଧ ହାରରେ ଋଣ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ଆସନ୍ତା ଶନିବାର ସୁଦ୍ଧା ଏଭଳି ଅନାଥ ପିଲାଙ୍କ ରିପୋର୍ଟ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।