
ଭୁବନେଶ୍ଵର, ୩୦/୦୫/୨୧ (ଜିଲ୍ଲା ଖବର) : ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଓଡିଆ ପୁଅଙ୍କୁ ଦେଖିବାକୁ ମିଳିବ। ପଡିଆ ବାହାରେ ରହି କାହାର କେତେ ରନ ହିସାବ କରିବେ ଓଡିଆ ପୁଅ। କାହା ବ୍ୟାଟରୁ କେତେ ବାହାରିଲା, ବିରାଟଙ୍କ ୱିକେଟ କିଏ ନେଲା ନିଜ ହାତରେ ଲେଖିବେ ସେ।
ବରଗଡ ଜିଲ୍ଲାର ପୁଅ ଅନୀଲ ମେହେର, ବିଶ୍ଵ ଟେଷ୍ଟ ଚାମ୍ପିଅନ ସିପ ଫାଇନାଲର ସ୍କୋରିଂରେ ନିୟୋଜିତ ହୋଇଛନ୍ତି। ଅନିଲଙ୍କ ଆଗରୁ ଆଇପିଏଲ ଏବଂ ଅନେକ ବଡ ବଡ ମ୍ୟାଚରେ ମଧ୍ୟ ଏହି କାମ କରିସାରିଛନ୍ତି। ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ଫାଇନାଲରେ ସ୍କୋରିଂରେ ନିୟୋଜିତ ହୋଇ ସେ ଓଡିଶା ପାଇଁ ଗୌରବ ଆଣିଛନ୍ତି।



