Friday, November 13, 2026
Home ଆଞ୍ଚଳିକ ଗାଧୋଉ ଗାଧୋଉ ପାଣିରେ ବୁଡିଗଲେ ନାବାଳକ

ଗାଧୋଉ ଗାଧୋଉ ପାଣିରେ ବୁଡିଗଲେ ନାବାଳକ

9

ଖୋର୍ଦ୍ଧା, ୩୦/୦୫/୨୧ (ଜିଲ୍ଲା ଖବର) : ଗାଧୋଉ ଗାଧୋଉ ପାଣିରେ ବୁଡିଗଲେ ନାବାଳକ। ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଖଡ଼ିଆ ପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖଣ୍ଡିଆ ନାଳ ଗାଁର ସହଦେବ ଶବରଙ୍କ ପୁଅ ପ୍ରଦୀପ ଶବର । ପ୍ରଦୀପ ପ୍ରାୟ ଏକ ସପ୍ତାହ ପୂର୍ବରୁ ନିଜ ସମ୍ପର୍କୀୟ ମାଉସୀ ଘର (ନୀଳାଦ୍ରି ପ୍ରସାଦ ଗାଁ )କୁ ଆସିଥିଲେ। ଗାଁର କିଛି ପିଲାମାନଙ୍କ ସହ ମିଶି ପ୍ରଦୀପ ନୀଳାଦ୍ରି ପ୍ରସାଦ ଅଞ୍ଚଳର ନେହୁର ଡ୍ୟାମକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ସମୟରେ କୌଣସି କାରଣ ବଶତଃ ପ୍ରଦୀପ ପାଣିରେ ବୁଡି ଯାଇଥିବଥିଲେ। ଗାଧେଇବା ବେଳେ ପ୍ରଦୀପ ବୁଡି ଯିବାର ଦେଖି କିଛି ପିଲା ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରଦୀପକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ।

 ଡାକ୍ତର ସେଠାରେ ପ୍ରଦୀପଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ନୀଳାଦ୍ରି ପ୍ରସାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।