Saturday, November 14, 2026
Home ଆଞ୍ଚଳିକ ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16

ଭୁବନେଶ୍ୱର,୩୦/୦୫/୨୧ (ଜିଲ୍ଲା ଖବର) : ଆଜି ଆକାଶମାର୍ଗରୁ ବାତ୍ୟା ୟଶ୍ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ବିପନ୍ନଙ୍କ ସହିତ କଥା ହେବେ କେନ୍ଦ୍ରମନ୍ତ୍ରୀ। ବାତ୍ୟାରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ ।

ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ଦିନ ୧୧ଟା ବେଳେ ଧାମରା ବନ୍ଦରରେ ଥିବା ହେଲିପ୍ୟାଡରେ ପହଞ୍ଚିବା ପରେ ଦୋସିଙ୍ଗା ଗ୍ରାମପଞ୍ଚାୟତର ସମ୍ପତିଆ, ଜାଗୁଳା ପଞ୍ଚାୟତର ବଳଭଦ୍ରପ୍ରସାଦ ଏବଂ ଧାମରା ଗ୍ରାମ ପଞ୍ଚାୟତର ଝାରକାଟି ଗାଁକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ