Monday, October 19, 2026
Home ଅପରାଧ ୭ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ, ପୋଲିସର ତଦନ୍ତ ଜାରି

୭ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ, ପୋଲିସର ତଦନ୍ତ ଜାରି

14

ଜଗତସିଂହପୁର,୩୦/୦୫/୨୧ (ଜିଲ୍ଲା ଖବର) : ଜଗତସିଂହପୁର ସଦର ଥାନା ଗୋପାଳ ସାଗରଠାରେ ୭ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ହୋଇଛି । ଜଗତସିଂହପୁର ସଦର ପୋଲିସ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରୁ  ୭ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହ ୨ ଲକ୍ଷ ୧୪ ହଜାର ଟଙ୍କା ଓ ଦୁଇଟି ବାଇକ ଜବତ ହୋଇଥିବା ଜଣାପଡିଛି। ଗିରଫ ଦୁଇ ଅଭିଯୁକ୍ତ ନିଆଳି ଥାନା ଅଞ୍ଚଳର ବିଶ୍ଵଜିତ ସିଂ ଓ ବାଲିପାଟଣା ଥାନା ତ୍ଶ୍ରୀରାମପୁର ଗାଁର ପ୍ରତାପ ରାଉତ ବୋଲି ପୋଲିସ ସୂଚନା ଦେଇଛି। ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।