
୩୦/୦୫/୨୧ (ଜିଲ୍ଲା ଖବର) : ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ! ଠିକ୍ ସମୟରେ ଆସିବ ମୌସୁମୀ ବୋଲି ସୂଚନା ରହିଛି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବା ନେଇ ଅନୁମାନ କରାଯାଉଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁର ଅତି ନିକଟରେ ପହଞ୍ଚି ଗଲାଣି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି । ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା କେରଳ ଛୁଇଁପାରେ ବୋଲି ଆଶା କରାଯାଉଛି ।
ଉଲ୍ଲେଖଥାଉ କି, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ବାୟୁ ମେ ୨୧ ତାରିଖରେ ପହଞ୍ଚି ସାରିଛି । ଏହାପରେ ଧୀର ଗତିରେ ଏହା ପଶ୍ଚିମ-ଉତ୍ତର ଦିଗରେ ଆଗକୁ ବଢୁଛି । ଜୁନ ୧ ତାରିଖରେ ମୌସୁମୀ ବାୟୁ ସାଧାରଣତଃ କେରଳ ଛୁଇଁଥାଏ । କିନ୍ତୁ ଏଥର ଏହା ମେ ୩୧ରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇଛି । ସେହିଭଳି ମେ ୩୦ରେ ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ସ୍କାଇମେଟ ଅନୁମାନ କରିଛି ।


