Saturday, November 14, 2026
Home ଆଞ୍ଚଳିକ ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ ‘ମନ କି ବାତ’

ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ ‘ମନ କି ବାତ’

19

୩୦/୦୫/୨୧ (ଜିଲ୍ଲା ଖବର) : ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ ‘ମନ କି ବାତ’ । ଦେଶରେ ବଢୁଥିବା କରୋନା ସଂକ୍ରମଣ ଓ ଟୀକାରଣକୁ ନେଇ କରିବେ ସମ୍ବୋଧନ ।  ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ ବୋଲି ସୂଚନା ରହିଛି । ଦେଶ ବିଦେଶ ଲୋକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ପ୍ରଧାମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧାଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ କଥାହେବେ । ଡାକ୍ତର ନର୍ସ ଓ ଆଗଧାଡିର କରୋନା ଯୋଦ୍ଧାଙ୍କ ସହ କଥା ହେବେ ମୋଦି। ଏହା ପ୍ରଧାମନ୍ତ୍ରୀ ମୋଦିଙ୍କ ୭୭ତମ ‘ମନ କି ବାତ’ କାର୍ଯ୍ୟକ୍ରମ ହେବ ।

ଦେଶରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ହୁଏତ ଆଗ ଅପେକ୍ଷା ଏବେ ସଂକ୍ରମଣ ସଂଖ୍ୟା କମିଛି। କିନ୍ତୁ ବଢ଼ୁଥିବା ସଂକ୍ରମଣ ଏବଂ ଟିକାକରଣକୁ ନେଇ ଆଜି ମୋଦି କରିବେ ସମ୍ୱୋଧନ।