Friday, October 16, 2026
Home ଅପରାଧ ଆସିକା ପୋଲିସ ପକ୍ଷରୁ ଗୁଟଖା ଗୋଦାମ ଚଢାଉରେ ବେଆଇନ ୪୦ ବସ୍ତା ଗୁଟଖା ଜବତ...

ଆସିକା ପୋଲିସ ପକ୍ଷରୁ ଗୁଟଖା ଗୋଦାମ ଚଢାଉରେ ବେଆଇନ ୪୦ ବସ୍ତା ଗୁଟଖା ଜବତ ସାଙ୍ଗକୁ ଜଣେ ଗିରଫ

27


ଆସିକା,୧୯/୧୦(ଖିରୋଦ ବେହେରା) : ଆସିକା ପୋଲିସ ପକ୍ଷରୁ ଗତକାଲି ରାତିରେ ସ୍ଥାନୀୟ ଲକ୍ଷ୍ମିବଜାର ସ୍ଥିତ ଗୁଟଖା ଗୋଦାମ ଚଢାଉରେ ୪୦ ବସ୍ତା ବେଆଇନ ଗୁଟଖା ଜବତ ସାଙ୍ଗକୁ ଜଣେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣ ହେଲେ ବାବନପୁର ଗ୍ରାମର ଏ.ଭୀମସେନ ପାତ୍ରଙ୍କ ପୁଅ ଏ.ନିଳାଚଂଳ ପାତ୍ର ବୟସ ୪୨ ବୋଲି ପୋଲିସ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଅବାଧରେ ଚାଲିଥିବା ବେଆଇନ ଗୁଟଖା ବିକ୍ରି ଓ ବାହାର ଅଚଂଳ ପଠାଯାଉଥିବା ନେଇ ପ୍ରତିବନ୍ଧକ ଲଗାଇବା ଉଦେ୍ଧଶ୍ୟରେ ଥାନା ଅଧିକାରୀ ସମେତ ପୋଲିସ ଟିମ ଗତକାଲି ରାତିରେ ଚଢାଉ କରିଥିଲେ । ଏନେଇ ଥାନା କେସ ନମ୍ବର- ୩୮୨/୧୯, ଦଫା ୪୨୦,୨୭୨ ଆଇପିସି/୨୦ ରେ ସିଗାରେଟ ଓ ତମ୍ବାଖୁ ପଦାର୍ଥ ଆକ୍ଟ ୨୦୦୩ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ପରେ ଆସିକା ଅଚଂଳରେ ଗୁଟଖା ବ୍ୟବସାୟୀ ମାନଙ୍କ ଠାରେ ଭୟର ବାତାବରଣ ଦେଖାଦେଇଛି ।