Sunday, October 11, 2026
Home ଅପରାଧ ଡୋମିନିକା ଜେଲରେ ଅଛନ୍ତି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

ଡୋମିନିକା ଜେଲରେ ଅଛନ୍ତି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

8

୩୦/୦୫/୨୧ (ଜିଲ୍ଲା ଖବର) :  ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ ଡୋମିନିକା ଜେଲରେ ଅଛନ୍ତି ଓ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ଚୋକସି ଲୁହା ଗେଟ୍ ପଛରେ ହାଜତରେ ଥିବା ଦେଖିବାକୁ ମିଳିଛି । ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ଙ୍କ ଅଧୀନରେ ଅଛନ୍ତି । ସେହି ଫଟୋରୁ ଜଣାପଡିଛି ଯେ ତାଙ୍କ ହାତରେ ଗଭୀର ଆଘାତ ମଧ୍ୟ ଲାଗିଛି।ତାଙ୍କୁ ମାରପିଟ କରାଯାଇଛି ବୋଲି ଓକିଲ ଅଭିଯୋଗ କରିଛନ୍ତି। 

ସୂଚନାନୁସାରେ, ଚାରିଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହ ୧୩ , ୫୦୦ କୋଟି ଟଙ୍କା ଠକେଇ ମାମଲା ରହିଥିଲା ।