
ନବରଙ୍ଗପୁର,୩୦/୦୫/୨୧ (ଜିଲ୍ଲା ଖବର) : ସରକାରଙ୍କ ରାଜସ୍ୱ ଟଙ୍କାକୁ ହରିଲୁଟ କରି ମାଲେମାଲ ହେଉଛନ୍ତି ସରକାରୀ କର୍ମଚାରୀ । ତାହା ପୁଣି ଏକ ଲକ୍ଷ କି ଦୁଇ ଲକ୍ଷ ନୁହଁ ପୁରା ୧ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାଦ କରିଥିବା ନେଇ ଅଭିଯୋଗ ହୋଇଛି । ସରକାରଙ୍କ ରାଜସ୍ୱ ଟଙ୍କାକୁ ଚଞ୍ଚକତା କରି ହାତେଇ ନେଇଛନ୍ତି କୋଟି କୋଟି ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକରେ ।
ଡାବୁଗାଁ ତହସିଲ ଅଫିସ୍ ର କାର୍ଯ୍ୟାରତ ମହିଳା କିରାଣୀ ଚନ୍ଦନା ମଣ୍ଡଳଙ୍କ ନାରେ ଆସିଛି ଏକ ସଙ୍ଗିନ ଅଭିଯୋଗ । ଡାବୁଗାଁ ତହସିଲ ଅଧିନସ୍ତ ବିଭିନ୍ନ ରାଜସ୍ୱରୁ ୧ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାଦ କରିଥିବା ନେଇ ଥାନାରେ ଏତଲା ଦେଲେ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ୍ ।



