Monday, November 16, 2026
Home ଆଞ୍ଚଳିକ ୫୬ ବର୍ଷ ବୟସରେ କେରି ସାଇମଣ୍ଡସଙ୍କ ହାତ ଧରିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

୫୬ ବର୍ଷ ବୟସରେ କେରି ସାଇମଣ୍ଡସଙ୍କ ହାତ ଧରିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

9

ନୂଆଦିଲ୍ଲୀ,୩୦/୦୫/୨୧ (ଜିଲ୍ଲା ଖବର) : ବାହା ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ୫୬ ବର୍ଷ ବୟସରେ କେରି ସାଇମଣ୍ଡସଙ୍କ ହାତ ଧରିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ଗତକାଲି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲର ଏକ ଗୁପ୍ତ ସମାରୋହରେ ବିବାହ କରିଛନ୍ତି । ନିଜଠୁ ୨୩ ବର୍ଷ ସାନ କେରିଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ବୋରିସ୍ ।

୨୦୨୨ରେ ବୋରିସଙ୍କୁ ବାହାଘର ହେବା ନେଇ ସୂଚନା ରହିଥିଲା, ଏଥି ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସମ୍ପର୍କୀୟମାନଙ୍କୁ ବିବାହ ନିମନ୍ତ୍ରଣ ମଧ୍ୟ ପଠାଯାଇଥିବା କୁହାଯାଇଛି । କିନ୍ତୁ ତା ପୂର୍ବରୁ ଗୁପ୍ତ ଭାବରେ ୩୩ ବର୍ଷିୟା କେରିଙ୍କୁ ବିବାହ କରିଛନ୍ତି ବ୍ରିଟେନ୍ ପ୍ରଧାମନ୍ତ୍ରୀ । ପୂର୍ବରୁ ବ୍ରିଟିସ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କ୍ୟାରି ସିମଣ୍ଡସଙ୍କୁ ପ୍ରେମ କରିଆସୁଥିଲେ । ଗତକାଲି ବିଧିବଧ ଭାବେ କ୍ୟାରିଙ୍କ ହାତ ଧରିଛନ୍ତି ଜନସନ ।