
ହିଞ୍ଜିଳିକାଟୁ,୨୯/୫(ଜିଲ୍ଲା ଖବର) : ଗରିବଙ୍କୁ କାମ ଓ ଗାଁର ବିକାଶ ପାଇଁ ବିଭିନ୍ନ ପ୍ରକାର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସକାଶେ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ଆରମ୍ଭ ହୋଇଛି । ହେଲେ ଯୋଜନା ବିହୀନ କୁ ଅଧାପନ୍ତରିଆରେ ଗାଁ ମୁଖିଆ ଓ କିଛି ଅସାଧୁ ପଚାଁୟତର କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ମାସ ମାସ ପଡି ରହିଯାଇଛି । ଫଳରେ ସୁଚନାଫଳକ ପ୍ରକାରେ ଗାଁ ଲୋକେ ଆଶା କରିଛନ୍ତି ଅସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହେବ ନା ନାହିଁ ? ଲୋକଙ୍କ ମନରେ ସନ୍ଦେହ ଘେରରେ ଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ଅର୍ଥକୁ ଚଳୁ କରିବାରେ ଲାଗିପଡିଥାନ୍ତି ସଂପୃକ୍ତ ଥିବା ଠିକାଦାର । ପ୍ରାୟ୫ରୁ ୬ଫୁଟ ଓସାରିଆ ରେ ପ୍ରାୟ ୧୫୦ ଫୁଟ ଲମ୍ବର ରାସ୍ତାକୁ ଉଚ୍ଚତା ଦେଢ଼ଫୁଟର ରାସ୍ତାରେ ଲକ୍ଷ ଲକ୍ଷ ଟଙ୍କାର ବାଟମାରଣାର ସମ୍ଭାବନା ରହିଛି । ହିଞ୍ଜିଳି ବ୍ଳକ ବେଲଗାଁ ପଚାଁୟତର କାର୍ଯ୍ୟର ନାମ ଠାକୁରାଣୀ ମନ୍ଦିର ରାସ୍ତାର ଉନ୍ନତି କରଣ କାର୍ଯ୍ୟର ସୁଚନାଫଳକ ଓ ରାସ୍ତା ନିର୍ମାଣରେ ଗ୍ରାମବାସୀ କରିଛନ୍ତି ଅଭିଯୋଗ ।ଅଣକୁଶଳୀ ଶ୍ରମିକ ଅଂଶ ଟ.୮,୦୦,୦୦୦/- କୁ ସାମଗ୍ରୀ ଅଂଶ ଟ.୨,୦୦,୦୦୦/- ଥିଲା ବେଳେ ପ୍ରକଳ୍ପ ଅଟକଳ ପରିମାଣ ଟ.୧୦,୦୦,୦୦୦/-ସୁଚନାଫଳକ କହୁଛି । ଅନ୍ଯପଟେ ରାସ୍ତାର ଉନ୍ନତି କରଣକୁ ଦେଖିଲେ ବାଟମାରଣାରେ ରହିଥିବା ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଠାକୁରାଣୀ ମନ୍ଦିର ପାଚେରୀ ନିର୍ମାଣ ଅଢ଼େଇ ଫୁଟ ତଳକୁ ପୁନାସ ଓ ପାଚେରୀ ନିର୍ମାଣ କାର୍ଯ୍ୟ ଟ.୧,୭୦,୦୦୦/- ଏବଂ ଟ.୭୫,୦୦୦/- କୁ ତୁଳନାରେ ଗ୍ରାମବାସୀ ଖୁସି ରହିଥିବା ବେଳେ ରାସ୍ତାରେ ପଡିଥିବା ମାଟିକୁ ଦେଖି ଅତ୍ୟନ୍ତ ଦୁଖଃ ପ୍ରକାଶ କରିଛନ୍ତି ଓ ଏହିପରି ଭାବରେ ଅର୍ଥ ବାଟମାରଣାରେ କ୍ଷୋଭ ପ୍ରକାଶ କରି ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ରିପୋର୍ଟ, ଅଖିଳ କୁମାର ପଟ୍ଟନାୟକ ।



