Sunday, November 15, 2026
Home ଆଞ୍ଚଳିକ ଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଡେପାସାହି, ସାନ୍ତିନାଗାର ଗ୍ରାମରେ ପାଣି ସମସ୍ୟା

ଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଡେପାସାହି, ସାନ୍ତିନାଗାର ଗ୍ରାମରେ ପାଣି ସମସ୍ୟା

59

ଚନ୍ଦ୍ରପୁର,୩୦/୫(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଶାନ୍ତିନଗର ଓ ଡେପାସାହି ରେ ବଦଳୁନି ଲୋକଙ୍କପାଣି ସମସ୍ୟା। ସାହିରେ କୂଅ ଏବଂ ନଳକୂପ ଥିଲେ ମଧ୍ଯ ପାଣି ପାଇଁ ଲୋକେ ଡହକବିକଳ ହେଉଛନ୍ତି। କୂଅ ଥିଲେ ମଧ୍ୟ ଖରା ଦିନରେ ପାଣି ଶୁଖିଯାଇଥାଏ। ଯାହାରି ଫଳରେ ସାହିଭିତରେ ଥିବା ଏକ ନଳକୂପ ପାଣିକୁ ବ୍ୟବହାର କରନ୍ତି। ଖରାଦିନେ ପ୍ରତ୍ୟେକ ପରିବାର ଏହିନଳକୂପ ଉପରେ ନିର୍ଭର କରିଥାନ୍ତି। ସେହି ନଳକୂପ ଠାରୁ ମାତ୍ର ଗୋଟିଏ ହାଣ୍ଡି ପାଣି ପିଇବାପାଇଁ ନେବାକୁ ହେଲେ (1)ଏକ ଘଣ୍ଟା ଜଗିବସିବାକୁ ପଡିଥାଏ l ଏହି ପାଣି ସମସ୍ୟାକୁନେଇ ଗତ ଏପ୍ରେଲ ମାସ-24 ତାରିଖ ରେ ଗ୍ରାମର ମହିଳା ମାନେ, ହାଣ୍ଡି, ମାଠିଆ ଧରି ବ୍ଲକ ଘେରାଉ କରିଥିଲେ l ତାପରେ ଗୋଟିଏ ଦୁଇଦିନ ପାଇଁ ସାହିକୁ ପାଣି ଆସିଲା ତାହାବି ଷ୍ଟାଣ୍ଡ ପୋଷ୍ଟ ଥାଇ ଷ୍ଟାଣ୍ଡ ପୋଷ୍ଟ ରେ ପାଇପ ଲାଗିପାରୁନାହିଁ l ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଜଳପ୍ରକଳ୍ପ ପାଇଁ ଅର୍ଥ ବିନିଯୋଗ କଲେ ମଧ୍ୟ ଏହିଭଳି ଯୋଜନା ଚନ୍ଦ୍ରପୁର ବ୍ଲକ ପାଇଁ ଠିକ ଭାବରେ ପହଂଚି ପାରୁନାହିଁ ନାହିଁ।ଏହିପରି କି ଆର ଡବ୍ଲୁ ଏସ ଏସ ର କନିଷ୍ଟ ଯନ୍ତ୍ର୍ତୀ ଚନ୍ଦ୍ରପୁର ରେ ରହି ମୁନିଗୁଡା ଠାରେ ରହୁଛନ୍ତି l ଯାହାରି ଫଳରେ ସପ୍ଲାଇ ପାଣି ପାଇପ ଫାଟି ଯାଇଥିଲେମଧ୍ୟ ରିଫେର ହୋଇପାରୁନାହିଁ ଏହି ପାଣି ସମସ୍ୟା ସୁଧୁରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଗ୍ରାମବାସୀ।

ରିପୋର୍ଟ, କୈଳାସ ମାଲବିଶୋୟୀ