Friday, November 13, 2026
Home ଆଞ୍ଚଳିକ ଯୁବତୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ ରେ ଯୁବକ ଗିରଫ

ଯୁବତୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ ରେ ଯୁବକ ଗିରଫ

120

ବିଷମକଟକ,୩୦/୫(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଳକ ସ୍ଥିତ ଚାକୁଣ୍ଡା ଗ୍ରାମର ଜଳନ୍ଦର ମୁଟିକା (କାଶୀ)ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଅଶାଳୀନ ଆଚରଣ ପ୍ରଦର୍ଶନ ଅଭିଯୋଗ ରେ ଗୁଣୁପୁର ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ ଯୁବତୀ ଙ୍କ ଘରକୁ ଯାଇ ଶୋଇଥିବା ଅବସ୍ଥାରେ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କର କିଛି ଫୋଟ ଉଠାଇ ସାମାଜିକ ଗଣମାଧ୍ୟମ ରେ ଛାଡିବାକୁ ଧମକ ଚମକ ଦେଇ ଆସୁଥିଲେ । ଏହାକୁ ନେଇ ଯୁବତୀ ଜଣକ ଲିଖିତ ଭାବେ ଗୁଣୁପୁର ଥାନା ରେ ଅଭିଯୋଗ କରିଥିଲେ ।ଉକ୍ତ ଅଭିଯୋଗ କୁ ଭିତ୍ତି କରି ଗୁଣୁପୁର ପୋଲିସ ଅଧିକ ତଦନ୍ତ କରି ଅଭିଯୁକ୍ତକାଶୀନାଥ ଙ୍କ ବିରୁଦ୍ଧରେ ଗୁଣୁପୁର ଥାନା କେସ ନମ୍ବର 65 ତା 25.5.2021 ଅନୁଯାୟୀ ଧାରା 354-ଏ/354/ସି/506 ଆଇପିସି r,/w ସେକ୍ସନ 66-ଇ /67-ଏ ll ଆକ୍ଟ 2000 ପ୍ରକାରେ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଗୁଣୁପୁର ଥାନା ପକ୍ଷରୁ ଜଣାପଡିଛି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।