Wednesday, November 11, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ କଲେଜସ୍ତରୀୟ କୋଭିଡ୍-୧୯ (ଦ୍ବିତୀୟ ଲହର) ସଚେତନଚା ୱେବିନାର

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ କଲେଜସ୍ତରୀୟ କୋଭିଡ୍-୧୯ (ଦ୍ବିତୀୟ ଲହର) ସଚେତନଚା ୱେବିନାର

71

ଆସିକା,୨୯/୫(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୃଷ୍ଠପୋଷକତାରେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାନ ପ୍ରାୟୋଜିତ ଏକ କଲେଜସ୍ତରୀୟ କୋଭିଡ-୧୯ ଦ୍ବିତୀୟ ଲହର ସଚେତନତା ୱେବିନାର କାର୍ଯ୍ୟକ୍ରମ ଆନୁଷ୍ଠାନିକଭାବେ ସଂପାଦନ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ରୂପେ ଦକ୍ଷିଣ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ କ୍ଷେତ୍ରୀୟ ନିର୍ଦ୍ଦେଶକ, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମ୍ମାନନୀୟା ଅତିଥି ଗଂଜାମ ଜିଲ୍ଲା ଏନ୍ଏସ୍ଏସ୍ ଯୋଜନା ଅଧିକାରୀ ଡ. ସ୍ବର୍ଣ୍ଣଲତା ପଟ୍ଟନାୟକ, ଆୟୁସ୍ ଡ. କୃଷ୍ଣଶରଣ ପାଳ, ପିଏଚସି ଏବଂ ଆର୍ ଆର୍ ଟି ଭଞ୍ଜବିହାର, ବ୍ରହ୍ମପୁରର ସଂସାଧନ ବ୍ୟକ୍ତିତ୍ବ ରୂପେ ଅଂଶ ଗ୍ରହଣ କରିଥିଲେ। ଏନ୍ଏସ୍ଏସ୍ ଆବାହକ ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜ ଅଧ୍ୟକ୍ଷ କୋଭିଡ୍ ସଚ଼େତନତା ସଂକ୍ରାନ୍ତୀୟ ସ୍ବାଗତ ଭାଷଣ ରଖିଥିଲେ। ମୁଖ୍ୟ ଅତିଥି ନୋବଲ୍ କରୋନାର ଭୟାବହତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ମାନନୀୟା ଅତିଥି ଡ. ପଟ୍ଟନାୟକ ମଧ୍ୟ କୋଭିଡ୍ ଏବଂ ବ୍ଳାକ୍ ଫଙ୍ଗସ୍ ପରି ବିଶ୍ୟସ୍ତରୀୟ ମହାମାରୀରୁ କିପରି ନିବୃତ ହୋଇପାରିବା, ସେହି ବିଷୟରେ ସମସ୍ତଙ୍କୁ ସଚ଼େତନ କରାଇଥିଲେ। ଆୟୁସ୍ ଡ. ପାଳ କରୋନାର ସମସ୍ତ ଲକ୍ଷଣ ବିଶଦଭାବେ ସୂଚାଇ ଥିଲେ। ସମସ୍ତ ଅତିଥିଙ୍କ ବକ୍ତବ୍ୟ ପରେ କଲେଜ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା କରୋନା ସଂକ୍ରାନ୍ତୀୟ ଅନେକ ବ୍ୟକ୍ତିଗତ ପ୍ରଶ୍ନ ଏବଂ ତା’ର ସମାଧାନ ଡ. ପାଳଙ୍କ ଠାରୁ ଗ୍ରହଣ କରିଥିଲେ। ସମସ୍ତ ଅତିଥି ନୋବଲ କରୋନା ଦାଉରୁ ବର୍ତ୍ତିବା ପାଇଁ ସାନିଟାଇଜର୍, ମାସ୍କ ତଥା ସୋସିଏଲ୍ ଡିଷ୍ଟାଂସକୁ ହିଁ ପାଥେୟ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଏହାକୁ ଏସ୍ଏମ୍ଏସ୍ ନାମରେ ଅଭିହିତ କରିଥିଲେ। ଏନ୍ଏସ୍ଏସ୍ ୟୁନିଟର କାର୍ଯ୍ୟକାରୀ ଅଧିକାରୀ ଡ.ସସ୍ମିତା ପାତ୍ର ତଥା ଦୟାନିଧି ବଡରଇତ ମଧ୍ୟ ସହଯୋଗ କରିଥିଲେ। ପରିଶେଷରେ ୱେବିନାର ସଂଗଠକ ପ୍ରଫେସର କେଦାର ନାଥ ପଣ୍ଡା କଲେଜ ତରଫରୁ ଅତିଥିଗଣଙ୍କୁ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଏବଂ ଅବିଭାବକ, ଏନ୍ଏସ୍ଏସ୍ ସ୍ବେଚ୍ଛାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।