Tuesday, October 13, 2026
Home ଆଞ୍ଚଳିକ ସାମ୍ବାଦିକ ଆଶୁତୋଷଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ

ସାମ୍ବାଦିକ ଆଶୁତୋଷଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ

34

ବାଲିଗୁଡ଼ା,୨୯/୫{ ସୁକାନ୍ତ କୁମାର ତ୍ରିପାଠୀ } : ସାମ୍ବାଦିକ ଆଶୁତୋଷଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ୱେବ ମିଡ଼ିଆ ତରଫରୁ ବନାନୀ କଳା ସଙ୍ଗମ ଭବନ ଠାରେ କୋଭିଡ ଗାଇଡ଼ଲାଇନପାଳନ କରି ଏକ ଶୋକ ସଭା ଅନୁଷ୍ଠିତ ହୋଇଛି । ଶୋକସଭା ପ୍ରାରମ୍ଭରୁ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ଦିଗାଲ, ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଶ୍ରୀ ଜୟସେନ ପରିଡା, ଶ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ଶ୍ରୀ ସୁନୀଲ ବିଶ୍ବାଳ ପ୍ରମୁଖ ଯୋଗଦେଇ ଦିବଂଗତ ସାମ୍ବାଦିକଙ୍କ ଗୁଣ ଗାନ କରିଥିଲେ । ସେ ଏକାଧାରାରେ ଜଣେ ସାମ୍ବାଦିକ, ଭଲ କ୍ରୀଡ଼ାବିତ, ସମାଜସେବୀ, ନମ୍ର, ଭଦ୍ରଓ ସମସ୍ତଙ୍କର ଅତି ପ୍ରିୟ ବ୍ୟକ୍ତିତ୍ୱ ଭାବେ ବହୁ ସୁନାମ ଅର୍ଜନ କରିଥିଲେ । ତେଣୁ ତାଙ୍କର ଅକାଳ ବିୟୋଗରେ ସମସ୍ତେ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ।