Monday, October 12, 2026
Home ଆଞ୍ଚଳିକ ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ପୁଡ଼ିଆ ପ୍ରଦାନ

ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ପୁଡ଼ିଆ ପ୍ରଦାନ

52

ବାଲିଗୁଡା, ୨୯/୫{ସୁକାନ୍ତ କୁମାର ତ୍ରିପାଠୀ} : ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି l କରୋନା ର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ରେ ଦିନ ବିତାଉଛନ୍ତି। କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି , ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି l ଏହାକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ କନ୍ଧମାଳର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି l ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରଥମ ସପ୍ତାହନ୍ତରେ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ତକଳି, କୁଟିଲାଝର ଗ୍ରାମରେ ଏହି ଟିମ ପହଂଚି ଗ୍ରାମବାସୀ ମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ l ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ସୁବ୍ରତ ଦଣ୍ଡିଆ , ସମୀର ଦିଗଲ, ମାନସ ନାୟକ ଓ ସୈାରଭ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ।