Monday, October 12, 2026
Home ଆଞ୍ଚଳିକ କନ୍ଧମାଳ କ.ନୂଆଗାଁ ବିଡିଓ ବାଣ୍ଟିଲେ ମାସ୍କ, ସାବୁନ ଓ ସାନିଟାଇଜର

କନ୍ଧମାଳ କ.ନୂଆଗାଁ ବିଡିଓ ବାଣ୍ଟିଲେ ମାସ୍କ, ସାବୁନ ଓ ସାନିଟାଇଜର

43

ବାଲିଗୁଡ଼ା ,୨୯/୫{ସୁକାନ୍ତ କୁମାର ତ୍ରିପାଠୀ} : ସାରା ରାଜ୍ୟରେ କରନା କାୟ ବିସ୍ତାର କରୁଥିବା ବେଳେ କନ୍ଧମାଳ ଜିଲ୍ଲା ଅନେକ ଗ୍ରାମାଞ୍ଚଳର ଲୋକମାନେ କରନା ର ସଚେତନତା ରହୁନାହାନ୍ତି। ଯଦ୍ବାରା ଗାଁ ଗହଳିରେ ଅଧିକ କରନା ର ସଂକ୍ରମଣ ହେବାର ସମ୍ଭାବନା ରହିଛି। ଯାହାରି ଫଳରେ କନ୍ଧମାଳ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ କ.ନୂଆଗାଁ ବ୍ଳକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ଜନବିକାଶ ସଂଗଠନ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କ.ନୂଆଗାଁ , ଓଡ଼ିଶା ଜିବିକା ମିଶନ ଏବଂ ମାତୃ ଓ ଶିଶୁ ମଙ୍ଗଳ ବିଭାଗ ଅନୁଷ୍ଠାନ ମାଧ୍ୟମରେ ଆଜି କ.ନୂଆଗାଁ ବ୍ଳକ ର ଗୁଞ୍ଜିବାଡି ଓ ବାଲିଗାଡା ଗ୍ରାମ ର ଲୋକମାନଙ୍କୁ ମାସ୍କ୍, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇ ସଚେତନତା କରିଥିଲେ। ଏଥିରେ ବିଡ଼ିଓ ଶରତ କୁମାର ପାତ୍ର ଓ ଜନବିକାଶ ନିର୍ଦ୍ଦେଶକ ମଦନ ଶୁଆଲ ସିଂ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସଚେତନତା କରିଥିଲେ। ଏହି ସଚେତନ କାର୍ଯ୍ୟ କ୍ରମରେ ଜିପିଓ ପ୍ରଦିପ କୁମାର ମହାନ୍ତି, ବିପିଏମ ପିତାମ୍ବର ଦେହୁରୀ, ସରପଞ୍ଚ ଯୁବତୀ ପ୍ରଧାନ,ଡ଼କ୍ଟର, ସିଡିପିଓ,ଆଶା କର୍ମୀ ଏବଂ ଜନବିକାଶ ଅନୂଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।