Home ଆଞ୍ଚଳିକ କରୋନା ମୃତ୍ୟୁର ତାଣ୍ଡବରେ ବଳି ପଡିଲେ କୋଭିଡ ଷ୍ଟାଫନର୍ସ

କରୋନା ମୃତ୍ୟୁର ତାଣ୍ଡବରେ ବଳି ପଡିଲେ କୋଭିଡ ଷ୍ଟାଫନର୍ସ

365

ଜଟଣୀ,୨୯/୫(ଜିଲ୍ଲା ଖବର) : ଜଟଣୀ ବାଛରାପାଟଣା ଅଂଚଳର ଜ୍ୟୋତିସ୍ମିତା ଘଡେଇ(୨୨) ଦିର୍ଘ ୪ମାସଠାରୁ ଷ୍ଟାଫନର୍ସଭାବେ ଭୂବନେଶ୍ୱରର ଏକ ହସ୍ପିଟାଲରେ କାର୍ଯ୍ୟ କରନ୍ତି । ତେବେ ଗତମାସରେ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ କୋଭିଡ ଷ୍ଟାଫନର୍ସଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ତେଣୁ କାର୍ଯ୍ୟରେ ଥିବା ବେଳେ ସେ କରୋନାରେ ଅସୁସ୍ଥ ହୋଇଥିଲେ । ଚଳିତ ୨୨ ତାରିଖଠାରୁ ଚିକିତ୍ସାଧୀନ ରହିଥିଲା ବେଳେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ମୃତ୍ୟୁ ବରଣ କରିଛନ୍ତି ବୋଲି ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ଏନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଜଟଣୀ ଗ୍ରାମାଚଂଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରାଣଧିନ ରହିଛି । ଗ୍ରାମାଚଂଳରେ ୨ଟି ପଜିଟିଭ କେଶ ରେକର୍ଡ ହୋଇଥିବା ବେଳେ ଗତକାଲି ସୁଧା ୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଟଣୀର ସହରାଚଂଳରେ ମଧ୍ୟ ସ୍ଥିତି ପୁର୍ବାପେକ୍ଷା ନିୟନ୍ତ୍ରଣାଧୀନ ରହିଛି । ସହରାଚଂଳରେ ୩ଜଣ ସଂକ୍ରମିତ ହୋଇଥିବା ବେଳେ ଗତକାଲି ସୁଧା ୧୩ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ମିଳିଛି ।

ରିପୋର୍ଟ, ସଞ୍ଜୀବ କୁମାର ।