
୨୯/୦୫/୨୧ (ଜିଲ୍ଲା ଖବର) : କରୋନା ହାରିବ, ଦେଶ ଜିତିବ । ୨ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି, ଭାରତ ଲଗାତର କରୋନା ବିରୋଧୀ ଯୁଦ୍ଧରେ ବିଜୟ ଆଡକୁ ଆଗକୁ ବଢୁଛି । କରୋନା ଯୋଦ୍ଧା ଓ ଆମ ସମସ୍ତଙ୍କ ପାଇଁ ଏହା ଉତ୍ସାହର କଥା । ଦେଶବାସୀଙ୍କ ମିଳିତ ଉଦ୍ୟମ ସଫଳ ହେଉଛି । ଗତ ୨୯ ଦିନରେ ଆକ୍ଟିଭ୍ କେସ୍ ୩୭ ପ୍ରତିଶତ କମ୍ ହୋଇଛି । ଯାହାକି ଆମ ଉତ୍ସାହକୁ ଅଧିକ ବୃଦ୍ଧି କରିଛି ବୋଲି କହିଛନ୍ତି, ଡକ୍ଟର ହର୍ଷବର୍ଦ୍ଧନ ।
ସୂଚନାଯୋଗ୍ୟ, ଲଗାତର ଦ୍ୱିତୀୟ ଦିନ ପାଇଁ ୨ ଲକ୍ଷ ତଳେ ରହିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୩ ହଜାର 790 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ ୪୫ ଦିନରେ ସବୁଠୁ କମ୍ ।
ଦଶରେ ୨୪ ଘଣ୍ଟାରେ ୮୪ ହଜାର ୬୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରେ ୨ କୋଟି ୫୧ ଲକ୍ଷ ୭୮ ହଜାର ୧୧ ଜଣ ସୁସ୍ଥ ହୋଇ ସାରିଲେଣି । ଦେଶରେ ସୁସ୍ଥତା ହାର ରହିଛି ୯୦.୮୦ ପ୍ରତିଶତ । ସେହିପରି ସାପ୍ତାହିକ ପିଜିଟିଭ ରେଟ୍ ୯.୮୪ ପ୍ରତିଶତ ହୋଇଛି । ସେହିପରି ଗୋଟିଏ ଦିନରେ ଆଉ ୩ ହଜାର ୬୧୭ ଜଣଙ୍କ ଜୀବନ ନେଇଛି ମହାମାରୀ ।


