Home ଅପରାଧ ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ ଜବତ, 2 ମହିଲା ଗିରଫ

ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ ଜବତ, 2 ମହିଲା ଗିରଫ

20

ନୟାଗଡ଼, ୨୯/୦୫/୨୧ (ଜିଲ୍ଲା ଖବର) :  ନୟାଗଡ ଜିଲ୍ଲା ରଣପୁର ଅବକାରୀ ବିଭାଗକୁ ସଫଳତା l ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ ସହ 2 ଜଣ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ l

ରଣପୁର ଅବକାରୀ ବିଭାଗର  ଅତିରିକ୍ତ ସବ୍ ଇନ୍ସସ୍ପେକ୍ଟର ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବ୍ଲକର ମୟୁରଝୁଲିଆ, ସୁରୁକାବାଡି ଓ ପଟିଆରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଛି । ପଟିଆ ଅଞ୍ଚଳରୁ ଏକ ଦେଶୀ ମଦ ତିଆରି କାରଖାନା ଠାବ କରିବା ସହ 55 ଲିଟର ମଦ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ଇନିସପେକ୍ଟର ।